ସିନେ ନିର୍ଦ୍ଦେଶକ ବବି ଇସଲାମ୍‌ଙ୍କୁ ହତ୍ୟା ଧମକ: ‘ମନୋଜ ମିଶ୍ରଙ୍କୁ କିଛି କହିଲେ ଆଉ ବଞ୍ଚିବନି’

Advertisment

ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍‌ଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିଛି। ବିବାଦୀୟ ଅଭିନେତା ମନୋଜ ମିଶ୍ରଙ୍କ ସହଯୋଗୀ ତାଙ୍କୁ ଏଭଳି ହତ୍ୟା ଧମକ ଦେଇଥିବା ସଂକ୍ରାନ୍ତରେ ଦରଘାବଜାର ଥାନାରେ ଅଭିଯୋଗ ହୋଇଛି।

ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍‌ଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିଛି। ବିବାଦୀୟ ଅଭିନେତା ମନୋଜ ମିଶ୍ରଙ୍କ ସହଯୋଗୀ ତାଙ୍କୁ ଏଭଳି ହତ୍ୟା ଧମକ ଦେଇଥିବା ସଂକ୍ରାନ୍ତରେ ଦରଘାବଜାର ଥାନାରେ ଅଭିଯୋଗ ହୋଇଛି।

ଓଡ଼ିଶାରେ ବିତରକମାନଙ୍କ ରାଜ୍ ଚାଲିବନି: ମନୋଜ

କଟକ: ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍‌ଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିଛି। ବିବାଦୀୟ ଅଭିନେତା ମନୋଜ ମିଶ୍ରଙ୍କ ସହଯୋଗୀ ତାଙ୍କୁ ଏଭଳି ହତ୍ୟା ଧମକ ଦେଇଥିବା ସଂକ୍ରାନ୍ତରେ ଦରଘାବଜାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁଯାୟୀ, ଦରଘାବଜାର ଥାନା ଅନ୍ତର୍ଗତ ସୂତାହାଟ ଅଞ୍ଚଳର ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍‌ଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ ହ୍ବାଟ୍‌ସଆପ୍‌ ଯୋଗେ କଲ୍ କରି ହତ୍ୟା ଧମକ ଦେଇଥିଲା। ଏହାପରେ ବବି ଉକ୍ତ ନମ୍ବରରେ ଯେତେବେଳେ ଭିଡିଓ କଲ୍ କରିଥିଲେ, ସମ୍ପୃକ୍ତ ବ୍ୟକ୍ତିଜଣକ ମୁହଁକୁ କପଡ଼ାରେ ଘୋଡ଼ାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏ ସଂକ୍ରାନ୍ତରେ ବବି ଦରଘାବଜାର ଥାନାରେ ମଙ୍ଗଳବାର ରାତିରେ ଅଭିଯୋଗ କରିଥିଲେ।

ଦରଘାବଜାର ଥାନାରେ ମାମଲା ରୁଜୁ

ପୁଲିସ ବିଏନ୍‌ଏସ୍‌ର ଧାରା ୨୯୬, ୩୫୧(୩)(୪)ରେ ଏକ ମାମଲା (ନଂ-୨୪୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ  ବବି ଇସଲାମ୍‌ଙ୍କ ଅଭିଯୋଗ ଅନୁଯାୟୀ, ସିନେ ଅଭିନେତା ମନୋଜ ମିଶ୍ରଙ୍କ ଇଙ୍ଗିତରେ ହ୍ବାଟ୍‌ସଆପ୍‌ରେ ଏଭଳି ହତ୍ୟା ଧମକ ଦିଆଯାଇଛି। ପରେ ଜଣେ ମୁଖା ପିନ୍ଧା ବ୍ୟକ୍ତି ହ୍ବାଟ୍‌ସଆପ୍‌ରେ ଭିଡିଓ କଲ୍ କରି ହତ୍ୟା ଧମକ ଦେଇଥିଲା। ସମ୍ପୃକ୍ତ ବ୍ୟକ୍ତିଜଣକ କହିଥିଲା ଯେ, ‘ତମର ସମୟ ଆସିଗଲା। ମନୋଜ ମିଶ୍ର ଦାଦାଙ୍କୁ କିଛି କହିଲେ କାଲି ଆଉ ବଞ୍ଚିବ ନାହିଁ’। ଭିଡିଓ କଲ୍‌ରେ ସମ୍ପୃକ୍ତ ବ୍ୟକ୍ତି ଏଭଳି କହିଥିବା ବବି ଅଭିଯୋଗ କରିଛନ୍ତି। ଫୋନ୍ କରିଥିବା ବ୍ୟକ୍ତିଜଣକ ସୌମ୍ୟରଞ୍ଜନ ବାରିକ ବୋଲି ଦରଘାବଜାର ଥାନା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe