ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଚରମ ନିଷ୍ପତ୍ତି: ଡମ୍ପିଂୟାର୍ଡକୁ ଛଡ଼ାଯିବନି ଅଳିଆ ଗାଡ଼ି

Advertisment

ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କହି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ମୁଣ୍ଡରୁ ଦୋଷ...

ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କହି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ମୁଣ୍ଡରୁ ଦୋଷ...

ddsxcxc

ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କହି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି। ମାତ୍ର ଅଞ୍ଚଳବାସୀ ତାହାକୁ ଗ୍ରହଣ କରିବାକୁ ନାରାଜ। କେଉଁ ପରିସ୍ଥିତିରେ ସ୍କୁଲ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ପଠାଇଲେ ତାହାର ଜବାବ ମାଗିବା ସହ ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଡମ୍ପିଂୟାର୍ଡ ହଟାଇବା ଏବଂ  ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ଆଗାମୀ ଦିନରେ ଜୋରଦାର ଲଢ଼େଇ କରିବାକୁ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ଆଜି ଚରମ ନିଷ୍ପତ୍ତି ନେଇଛି।

ଓଡ଼ିଶା ଅଭିଭାବକ ମହାସଂଘ, ସୈନିକ ସ୍କୁଲ ପୁରାତନ ଛାତ୍ର ସଂଘ, ଲକ୍ଷ୍ମୀବିହାର ଉନ୍ନୟନ କମିଟି, ଗାଡ଼କଣ ଗ୍ରାମବାସୀ, ସିଟିଜେନ ଫୋରମ୍‌, ଭିଏସ୍‌ଏସ୍‌ନଗର ଉନ୍ନୟନ କମିଟି ସଦସ୍ୟଙ୍କୁ ନେଇ ଗଠିତ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଏକ ଗୁରୁତ୍ୱପୂର୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଗଳିକନ୍ଦିରେ ବ୍ୟାନର ଲାଗିବ ଏବଂ ପ୍ରଚାରପତ୍ର ବଣ୍ଟନ ହେବ। ପ୍ରଚାର ଗାଡ଼ି ବୁଲିବ। ବୁଧବାରଠାରୁ ପ୍ରତି କଲୋନି ଓ ନିକଟସ୍ଥ ଗାଁରେ ବୈଠକ କରାଯାଇ ଲୋକଙ୍କୁ ସଙ୍ଗଠିତ କରାଯିବ। ଏହାପରେ ଯଦି ରାଜ୍ୟ ସରକାର ନିଷ୍ପତ୍ତିରୁ ନ ଓହରନ୍ତି ତା’ ହେଲେ ୨୦ ତାରିଖଠାରୁ ଡମ୍ପିଂୟାର୍ଡ ଭିତରକୁ ଅଳିଆ ଗାଡ଼ି ଛଡ଼ାଯିବ ନାହିଁ। ଭିଏସ୍‌ଏସ୍‌ନଗର, ରେଳ କଲୋନି, ସୈନିକ ସ୍କୁଲ ପ୍ରବେଶ ପଥରେ ଗାଡ଼କଣ, ରଙ୍ଗମାଟିଆ, ଆଦିମାତା କଲୋନି, ଧିରିକୁଟ୍‌ ବସ୍ତି, ଲକ୍ଷ୍ମୀବିହାର, ଆଚାର୍ଯ୍ୟବିହାର, ଭିଏସଏସନଗର, ଡମଣା, ବାଣୀବିହାର ଅଞ୍ଚଳର ମୁରବି ଓ ବୁଦ୍ଧିଜୀବୀ ସାମିଲ ହୋଇ ବି‌ରୋଧ କରିବେ।

ସଦସ୍ୟମାନେ କହିଛନ୍ତି ଯେ ସୈନିକ ସ୍କୁଲ ଏହି ଅଞ୍ଚଳର ଗୌରବ। ୧୯୬୪ରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ଅନେକ ସେନାଧିକାରୀ, ଆଇଏଏସ, ଆଇପିଏସ, ଆଇଏଫଏସ୍‌, ରାଜନେତା ଏଠାରୁ ସୃଷ୍ଟି ହୋଇଛନ୍ତି। ଏବେ ରାସ୍ତା ସମ୍ପ୍ରସାରଣ ଆଳରେ ରାଜ୍ୟ ସରକାର ସୈନିକ ସ୍କୁଲ ସ୍ଥାନାନ୍ତରଣ କରିବାକୁ ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପ୍ରତିରକ୍ଷା ସଚିବ, ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କ ନିକଟରେ ଦାବି କରାଯାଇଛି। ତା’ସତ୍ତ୍ବେ ମଧ୍ୟ ରାଜ୍ୟ ସରକାର ନିଜ ନିଷ୍ପତ୍ତିରୁ ଓହରି ନାହାନ୍ତି। ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁଗରେ ଏଥିପାଇଁ ଓଭରବ୍ରିଜ୍‌ ଭଳି ଅନେକ ବିକଳ୍ପ ବ୍ୟବସ୍ଥା ରହିଛି। ତାହା ନ କରି ସୈନିକ ସ୍କୁଲକୁ ସ୍ଥାନାନ୍ତର କରାଯିବା ଆଦୌ ଗ୍ରହଣୀୟ ନୁହେଁ। ଅଳିଆ ଗଦା ଯୋଗୁ ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି। ଅନେକ ଦୂରାରୋଗ୍ୟ ବ୍ୟାପିବା ସହ ଦୁର୍ଗନ୍ଧରେ ସାରା ଅଞ୍ଚଳ ଫାଟିପଡ଼ୁଛି। ତାହାର ସମାଧାନ ପରିବର୍ତ୍ତେ ବଡ଼ ବଡ଼ ସେଡ୍‌ କରି ନୂଆ ମେସିନ୍‌ ବସାଇ ସମ୍ପ୍ରସାରଣ କରାଯାଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଭିକ୍ଷାକାରୀ ତ୍ରିପାଠୀ, ସିଦ୍ଧେଶ୍ବର ନାୟକ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ଆଶୁତୋଷ ମିଶ୍ର, ଅଶୋକ ବଳବନ୍ତରାୟ, ରଶ୍ମିରଞ୍ଜନ ପରିଡ଼ା, ଅଶୋକ ପାଲଟାସିଂ, ସମୀର ମହାନ୍ତି, ଉମା ବାରିକ, ପ୍ରତାପ ସାହୁ, ସତ୍ୟ ମହାନ୍ତି, ଗଗନ ପଣ୍ଡା, ସୁବ୍ରତ ସାହୁ, ମେଘନା ମିଶ୍ର ପ୍ରମୁଖ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe