୯ସ୍କୁଲ୍ ଭ୍ୟାନ୍‌କୁ ଜରିମାନା

Advertisment
୯ସ୍କୁଲ୍ ଭ୍ୟାନ୍‌କୁ ଜରିମାନା

ଭୁବନେଶ୍ବର: ଭୁବନେଶ୍ବର ଟ୍ରାଫିକ୍ ପୁଲିସ ପକ୍ଷରୁ ଆଜି ବିଭିନ୍ନ ଅଞ୍ଚଳରେ ସ୍କୁଲ୍ ବସ୍ ଓ ଭ୍ୟାନ୍‌ଗୁଡ଼ିକୁ ଯାଞ୍ଚ୍ କରାଯାଇଥିଲା। ସମୁଦାୟ ୩୦ଟି ସ୍କୁଲ୍‌ ଗାଡ଼ିକୁ ଯାଞ୍ଚ୍ କରାଯାଇଥିବା ବେଳେ ୯ଟି ଗାଡ଼ି ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା।

ଉକ୍ତ ଗାଡ଼ିର ଚାଳକଙ୍କ ଠାରୁ ମୋଟ ୪ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଦ୍ବୈତନଗରୀରର ପୁଲିସ କମିସନର୍‌ଙ୍କ ଠାରୁ ସ୍କୁଲ୍ ଗାଡ଼ି ଚଳାଇବା ପାଇଁ ଅନୁମତି ଆଣିନଥିବାରୁ ରେଗୁଲେସନ୍ ୩୨ ଆଧାରରେ ଗାଡ଼ି ପିଛା ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିଲା। ଟ୍ରାଫିକ୍ ପୁଲିସ ଦ୍ବାରା ଗଠିତ ୯ଜଣିଆ ଟିମ୍‌କୁ ନେଇ ଆଗାମୀ ଦିନମାନଙ୍କରେ ନିୟମିତ ବ୍ୟବଧାନରେ ରାଜଧାନୀରେ ଚଢ଼ଉ ଚାଲିବ ବୋଲି କମିସନରେଟ୍ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe