ଭୁବନେଶ୍ୱର : ମନ୍ଦିର ପରିସରରେ କୁକୁରକୁ ମଳତ୍ୟାଗ କରାଇ ଜରିମାନା ଗଣିଲେ

Advertisment
ଭୁବନେଶ୍ୱର : ମନ୍ଦିର ପରିସରରେ କୁକୁରକୁ ମଳତ୍ୟାଗ କରାଇ ଜରିମାନା ଗଣିଲେ

ଭୁବନେଶ୍ୱର : ମନ୍ଦିର ପରିସରରେ ପୋଷା କୁକୁରକୁ ମଳତ୍ୟାଗ କରାଇବା ଭଳି ଏକ ଘୃଣ୍ୟ ମାନସିକତାକୁ ନେଇ ଆଜି ରାଜଧାନୀ ସମେତ ଏକାମ୍ର କ୍ଷେତ୍ରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି କୁତ୍ସିତ କାଣ୍ଡକୁ ନେଇ ମଧ୍ୟ ସମଗ୍ର ରାଜ୍ୟରେ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରୁଣା ଭୁବନେଶ୍ବରସ୍ଥିତ ଐତିହ୍ୟସ୍ଥଳୀ ବକ୍ରେଶ୍ବର ମନ୍ଦିର ପରିସରରେ ଏହି ଘଟଣା ଘଟିଛି। କମିସନରେଟ୍‌ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିଲେ ମଧ୍ୟ ଏହା କୋଟିକୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଦଣ୍ଡ କୋହଳ ହୋଇଗଲା ବୋଲି ଚର୍ଚ୍ଚା ହେଉଛି।

କୀର୍ତ୍ତିରାଜିପୂର୍ଣ୍ଣ ବ‌କ୍ରେଶ୍ବର ମନ୍ଦିର ପରିସରରେ ସ୍ଥାନୀୟ ତୋଫାନ ସାମନ୍ତରାୟ ନାମକ ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ମଳତ୍ୟାଗ କରାଉଥିବା ଏକ ଫଟୋ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ କମିସନରେଟ୍‌ ପୁଲିସ ଆଡ଼କୁ ଲୋକେ ଅଙ୍ଗୁଳି ଉଠାଇଥିଲେ। ତେଣୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ତୋଫାନଙ୍କୁ ଠାବ କରିବା ସହ ଓୟୁପି ଆକ୍ଟରେ ତାଙ୍କଠାରୁ ଜରିମାନା ଆଦାୟ କରିଥିଲେ।

ସୂଚନାଯୋଗ୍ୟ, ଏହି ବକ୍ରେଶ୍ବର ମନ୍ଦିରରେ କୌଣସି ଦେବତା ପୂଜା ପାଆନ୍ତି ନାହିଁ। ତେଣୁ ସାଧାରଣତଃ ଏହି ମନ୍ଦିରକୁ ଭକ୍ତ ବା ଶ୍ରଦ୍ଧାଳୁମାନେ ଯିବା ଦେଖିବାକୁ ମିଳେ ନାହିଁ। କିନ୍ତୁ ଏହା ଏକ ସୁନ୍ଦର ମନ୍ଦିର ଓ ଐତିହ୍ୟସ୍ଥଳୀଭାବେ ପରିଚିତ। ମନ୍ଦିରର କାରୁକାର୍ଯ୍ୟ ଦେଖିବା ପାଇଁ ଏଠାକୁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe