ଭୁବନେଶ୍ୱର : ୭ହଜାର ତଣ୍ଡ ଗଣି ଗୃହ ପ୍ରବେଶ

Advertisment
ଭୁବନେଶ୍ୱର : ୭ହଜାର ତଣ୍ଡ ଗଣି ଗୃହ ପ୍ରବେଶ

ଭୁବନେଶ୍ବର : ସୁନ୍ଦରପଦା ନିକଟସ୍ଥ ଆଜାଦ୍‌ ନଗର ଅଞ୍ଚଳରେ ଜଣେ ଲୋକ ଆଜି ଗୃହ ପ୍ରବେଶ କରିବା ପୂର୍ବରୁ ୭ହଜାର ଟଙ୍କା ତଣ୍ଡ ଗଣିଛନ୍ତି। ବିଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯା‌ୟୀ, କରୋନା କଟକଣା ପାଇଁ ଘରେ କୌଣସି ଉତ୍ସବ କରିବାକୁ ହେଲେ ବିଏମ୍‌ସି ଓ ସ୍ଥାନୀୟ ଥାନାରୁ ଅନୁମତି ଆଣିବାକୁ ହେବ। ଏହାସହ ୫୦ରୁ ଅଧିକ ଲୋକ ଏକାଠି ହେବେନି। କିନ୍ତୁ ଏହି ଘର ମାଲିକ ବିନା ଅନୁମତିରେ ନୂଆ ଘର ପ୍ରତିଷ୍ଠା ଉତ୍ସବ କରିବା ସହ ଭୋଜିର ଆୟୋଜନ କରିଥିଲେ। ଏଠାରେ ୫୦ରୁ ଅଧିକ ଲୋକ ରୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ବିଡିଏ ସ୍କ୍ବାଡ୍‌ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଘର ମାଲିକ ପୂଜାରେ ବସିଥିବା ବେଳେ ଘରେ ଶହେରୁ ଅଧିକ ଲୋକ ଥିଲେ। ତେଣୁ ଘର ମାଲିକଙ୍କୁ ୭ହଜାର ଟଙ୍କା ଜରିମାନା କରିଥିଲେ। ଘର ମାଲିକ ୭ହଜାର ଟଙ୍କା ଜରିମାନା ଦେବା ପରେ ଗୃହ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe