ଟ୍ରାଫିକ୍ ଛକର ବାମ ପାର୍ଶ୍ବରେ ଗାଡ଼ି ରଖିଲେ ଜରିମାନା

Advertisment
ଟ୍ରାଫିକ୍ ଛକର ବାମ ପାର୍ଶ୍ବରେ ଗାଡ଼ି ରଖିଲେ ଜରିମାନା

ଭୁବନେଶ୍ୱର : ଏଣିକି ଟ୍ରାଫିକ୍‌ ଛକର ବାମ ପାର୍ଶ୍ବରେ କେହି ଗାଡ଼ି ରଖିପାରିବେ ନାହିଁ। ଜରୁରୀକାଳୀନ ଗାଡ଼ି ଅର୍ଥାତ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭିଆଇପି କାର୍‌କେଡ୍ ଗସ୍ତ ପାଇଁ ରାସ୍ତା ଫାଙ୍କା ରହିବ। ନିୟମ ଉ‌ଲ୍ଲଙ୍ଘନ କଲେ ଗାଡ଼ି ଚାଳକଙ୍କୁ ୫ଶହରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବେ।

publive-image

ଟ୍ରାଫିକ୍ ଡିସିପି ଏସ୍‌. ସୁଶ୍ରୀ ଶୁକ୍ରବାର ଦିନ ଭୁବନେଶ୍ବରର ପ୍ରମୁଖ ଟ୍ରାଫିକ୍ ଛକଗୁଡ଼ିକ ବୁଲି ଅନୁଧ୍ୟାନ କରିବା ସହ ଗାଡ଼ି ଚାଳକଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। ସେ ଶୁକ୍ରବାର ଦିନ ଦିନ ପ୍ରାୟ ୧୧ଟାରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଛକ ବୁଲିବା ସହିତ ସେଠାରେ ବାମ ପାର୍ଶ୍ବରେ ଆସି ରାସ୍ତା ଜାମ୍ କରୁଥିବା ଗାଡ଼ିଗୁଡ଼ିକୁ ହଟାଇଥିଲେ। ପରେ ଏଜି ଛକ, କିଟ୍ ଓ ନାଲ୍‌କୋ ଛକ ବୁଲି ବାମପାର୍ଶ୍ବ‌ରେଗାଡ଼ି ନରଖିବାକୁ ସଚେତନ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe