ରଙ୍ଗ୍‌ରୁଟ୍ ଗାଡ଼ିଚାଳନା: ୪୫୯ ଅମାନିଆଙ୍କଠାରୁ ୨.୨୯ ଲକ୍ଷ

Advertisment
ଇ-ଚାଲାଣକୁ ଖାତିର ନାହିଁ, ଭୁବନେଶ୍ବର-କଟକରେ ଚିନ୍ତାଜନକ ସ୍ଥିତି

The Hindu

ଭୁବନେଶ୍ବର : ରଙ୍ଗ୍‌ରୁଟ୍ ଗାଡ଼ିଚାଳନା ରୋକିବାକୁ କମିସନରେଟ୍ ପୁଲିସ ଚଳାଇଛି ସ୍ବତନ୍ତ୍ର ଡ୍ରାଇଭ୍‌। ଏହି ଡ୍ରାଇଭ୍‌ ଯୋଗୁଁ ଗତ ୬ ଦିନରେ ୪୫୯ ଜଣଙ୍କଠାରୁ ମୋଟ ୨ଲକ୍ଷ ୨୯ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

କମିସନରେଟ୍ ପୁଲିସ ଦେଇଥିବା ତଥ୍ୟ ଅନୁସାରେ, ୨୨ ତାରିଖରେ ସର୍ବାଧିକ ୧୦୫ଜଣଙ୍କ ଠାରୁ ୫୨ ହଜାର ୫ଶହ ଟଙ୍କା ଆଦାୟ ହୋଇଥିବା ବେଳେ ୨୩ ତାରିଖରେ ୮୫ଜଣଙ୍କ ଠାରୁ ୪୨ହଜାର ୫ଶହ ଟଙ୍କା, ୨୪ରେ ୭୧ଜଣଙ୍କଠାରୁ ୩୫ ହଜାର ୫ଶହ, ୨୫ରେ ୯୩ ଜଣଙ୍କଠାରୁ ୪୬ ହଜାର ୫ଶହ, ୨୬ରେ ୫୬ଜଣଙ୍କଠାରୁ ୨୮ହଜାର ଏବଂ ୨୭ ତାରିଖରେ ୪୯ ଜଣଙ୍କଠାରୁ ୨୪ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe