ଗ୍ରାହକ ଭିଡ଼ ପାଇଁ ୧୦ ଦୋକାନୀଙ୍କୁ ଜରିମାନା

Advertisment
କୋହଳ ହେଲା କଟକଣା; ସତର୍କ ରହିବାକୁ ପରାମର୍ଶ, ଜୁନ୍‌ରେ ଅମାନିଆ ଗଣିଛନ୍ତି ଅଧାକୋଟି ତଣ୍ଡ

Times of India

ବାଲିଅନ୍ତା : ବାଳକାଟି ବଜାରରେ ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଆଜି ୧୦ ଜଣ ଦୋକାନୀଙ୍କୁ ଜରିମାନା ଦେବାକୁ ପଡ଼ିଛି। ଦୋକାନ ଆଗରେ ଗ୍ରାହକ ଭିଡ଼ ଥିବାରୁ ବାଳକାଟି ଫାଣ୍ଡି ପୁଲିସ ୧୦ ଜଣ ଦୋକାନୀଙ୍କଠାରୁ ୧୦୦ ଟଙ୍କା ଲେଖାଏ ଜରିମାନା ସଂଗ୍ରହ କରିଛନ୍ତି। ଏହି ୧୦ଟି ଯାକ ଦୋକାନରେ ବହୁ ଗ୍ରାହକଙ୍କର ଭିଡ଼ ଥିଲା। ଗ୍ରାହକମାନେ ସାମାଜିକ ଦୂରତା ବଜାୟ ରଖିନଥିଲେ କି ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦୋକାନୀମାନେ ଚିହ୍ନ ଦେଇନଥିଲେ। ଏହି ଅମାନିଆ ବ୍ୟବସାୟୀମାନେ କରୋନା କଟକଣାକୁ ଅବମାନନା କରି ବେପାର ଚଳାଇଥିଲେ। ତେଣୁ ଆଜି ପୂର୍ବାହ୍ନରେ ଫାଣ୍ଡି ପୁଲିସ ଅତର୍କିତ ଚଢ଼ଉ କରି ଗ୍ରାହକମାନଙ୍କୁ ତାଗିଦ୍‌ କରିଥିଲା। ମୁହଁରେ ମାସ୍କ ପିନ୍ଧି ନଥିବା ୮ ଜଣ ଗ୍ରାହକଙ୍କଠାରୁ ୨୦୦ ଟଙ୍କା ଲେଖାଏ ଜରିମାନା ଅସୁଲ କରିଥିଲା ଫାଣ୍ଡି ପୁଲିସ। ସୂଚନାଯୋଗ୍ୟ ବାଳକାଟି ସାପ୍ତାହିକ ହାଟ ସହିତ ପ୍ରତିଦିନ ଏହି ବଜାରରେ ଥିବା ଅଧିକାଂଶ ଦୋକାନରେ ସାମାଜିକ ଦୂରତା ବଜାୟ ରଖିବା ଦେଖାଯାଉନାହିଁ। କିନ୍ତୁ ଏ ନେଇ ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବିଶେଷକରି ମନୋହରି ସାମଗ୍ରୀ, ଲୁଗା ଦୋକାନ, ଫାଷ୍ଟଫୁଡ଼, ଜଳଖିଆ ଦୋକାନ, ଚିକେନ୍‌ ସେଣ୍ଟର ଓ ମାଂସ ଦୋକାନ, ତେଜରାତି ଦୋକାନରେ ଅପରାହ୍ନ ସୁଦ୍ଧା ନାହିଁ ନଥିବା ଭିଡ଼ ହେଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe