କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗ : ଦୁଇ ମନ୍ତ୍ରୀଙ୍କ ବିରୋଧରେ ପୁଣି ଏତଲା

Advertisment
ସ୍ମାର୍ଟ ଜନପଥରେ ପୋଷ୍ଟର ଏତଲା ଦେଲା ସ୍ମାର୍ଟ ସିଟି

bhubaneswarcuttackpolice.gov.in

ଭୁବନେଶ୍ୱର : କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୁଇ ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛି ଜଗନ୍ନାଥ ସେନା। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରକୂଳ ଥାନା ପରେ ଏବେ ଖାରବେଳନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି। କୋଭିଡ୍‌ ପଜିଟିଭ୍ ଥାଇ ପ୍ରଦୀପ ମହାରଥୀଙ୍କ ମରଶରୀରକୁ ତାଙ୍କ ବାସଭବନରେ ଦର୍ଶନ କରିବ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇ ଥିବା ଅଭିଯୋଗ କରି ଶ୍ରୀ ପଟ୍ଟନାୟକ ଏତଲା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଅଭିଯୋଗରେ କରିଛନ୍ତି, ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ମନ୍ତ୍ରୀ ସମୀର ଦାଶ ପଜିଟିଭ୍ ଥାଇ ସଂସ୍କାର ସମୟରେ ଉପସ୍ଥିତ ଥିଲେ। ସମୁଦ୍ରକୂଳ ଥାନା ପୁଲିସ କେବଳ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ କଲା। କିନ୍ତୁ ମନ୍ତ୍ରୀ ଶ୍ରୀ ଦାଶଙ୍କ ବିରୋଧରେ ମାମଲା ରୁଜୁ ନ କରିବାରୁ ସେ ବାଧ୍ୟ ହୋଇ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ଏହା ସହ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ୍ ଥାଇ ମଧ୍ୟ ସ୍ବର୍ଗତ ମହାରଥୀଙ୍କ ସରକାରୀ ବାସଭବନରେ ଯାଇ ଶେଷ ଦର୍ଶନ କରିଥିବାରୁ ତାଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe