ଅମେଣାକୁଦାରେ ଅଗ୍ନିକାଣ୍ଡ, ୩ ବଖରା ପାଉଁଶ

ଅମେଣାକୁଦାରେ ଅଗ୍ନିକାଣ୍ଡ, ୩ ବଖରା ପାଉଁଶ

ବାଲିପାଟଣା: ମଙ୍ଗଳବାର ବିଳମ୍ବିତ ରାତିରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମେଣାକୁଦ ଭୋଇସାହିରେ ଅଗ୍ନିକାଣ୍ଡ ଘଟି ଶଶାଙ୍କ ଭୋଇଙ୍କ ୩ ବଖରା ଘର ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ଯାଇଛି। ଶଶାଙ୍କ ଓ ତାଙ୍କ ପତ୍ନୀ ଅଗ୍ନିକାଣ୍ଡରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସର୍ଟସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଶଶାଙ୍କଙ୍କ କହିବା ମୁତାବକ ରାତି ପ୍ରାୟ ୨ଟା ସମୟରେ ନିଆଁ ଧାସ ବାଜିବାରୁ ଉଭୟ ସ୍ୱାମୀ, ସ୍ତ୍ରୀ ନିଦରୁ ଉଠିଯାଇଥିଲେ। ସେତବେଳକୁ ନିଆଁ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଚାହୁଁଚାହୁଁ ୩ ବଖରା ଘର ଜଳିଯାଇଥିଲା। ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଧାନ, ଚାଉଳ, ବାସନ କୁସନ ସମେତ ଖଟ, ଆଲଣା, ଲୁଗାପଟା ଜଳିଯାଇଛି ବୋଲି ଶଶାଙ୍କ କହିଛନ୍ତି। ବାଲିପାଟଣା ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ ବି ସେତେବେଳକୁ ନିଆଁରେ ସବୁ ଜଳିଯାଇଥିଲା। ବିହନ ନିଗମ ଅଧ୍ୟକ୍ଷ ତଥା ଜୟଦେବର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ଅଗ୍ନି ବିପନ୍ନଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe