ଭରତପୁର ତାରିଣୀ ହାଟରେ ଅଗ୍ନିକାଣ୍ଡ, ୩ ଦୋକାନ ଜଳିଗଲା

Advertisment
ଭରତପୁର ତାରିଣୀ ହାଟରେ ଅଗ୍ନିକାଣ୍ଡ, ୩ ଦୋକାନ ଜଳିଗଲା

U4UVoice

ଖଣ୍ଡଗିରି: ଶନିବାର ବିଳମ୍ବିତ ରାତିରେ ଭରତପୁର ତାରିଣୀ ହାଟରେ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳି ଯାଇଛି। ଗୋଟିଏ ତେଜରାତି ଦୋକାନ ସମତେ ଏକ ଜଳଖିଆ ଦୋକାନ ଓ ଏକ ଚା’ ଦୋକାନ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାୟ ସାଢ଼େ ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। କେହି ଦୁର୍ବୃତ୍ତ ଅଧା ପୋଡ଼ା ବିଡ଼ି କିମ୍ବା ସିଗାରେଟ୍‌ ପକାଇ ଦେଇଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନାନୁସାରେ ଶନିବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କପିଳ ସାହୁଙ୍କ ଜଳଖିଆ ଦୋକାନ ଓ ରିଙ୍କୁ ସାହୁଙ୍କ ଚା’ ଦୋକାନ ମଝିରୁ ନିଅାଁ ଲାଗିଥିବା ଜଣାପଡ଼ିଛି। ପରେ ପାଖକୁ ଲାଗିଥିବା ଉତ୍ତମ ଦାସଙ୍କ ତେଜରାତି ଦୋକାନକୁ ନିଅାଁ ବ୍ୟାପିଥିଲା। ଫଳରେ ଏହି ଚା’ ଓ ଜଳଖିଆ ଦୋକାନ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବାବେଳେ ତେଜରାତି ଦୋକାନର ଶତକଡ଼ା ୬୦ ଭାଗ ପୋଡ଼ି ଯାଇଛି। ରିଙ୍କୁଙ୍କର ପ୍ରାୟ ୫ ହଜାର ଟଙ୍କା ଓ କପିଳଙ୍କର ପ୍ରାୟ ୨୦ ହଜାର ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଛି ବୋଲି ସେମାନେ କହିଛନ୍ତି। ତେବେ ଉତ୍ତମଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ଜିନିଷପତ୍ର ଛାରଖାର ହୋଇଯାଇଛି। ବରମୁଣ୍ଡାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲା। ଚା’ ଓ ଜଳଖିଆ ଦୋକାନରେ ବିଦ୍ୟୁତ୍‌ ସଂଯୋଗ ନଥିବାବେଳେ ଭିତରେ ଗ୍ୟାସ୍‌ କିମ୍ବା ଅନ୍ୟ କୌଣସି ଜାଳେଣି ଜିନିଷ ନଥିବାରୁ ଦୋକାନ ଭିତରୁ ନିଅାଁ ଲାଗିବାର ସମ୍ଭାବନା ନାହିଁ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି।

୩ ବଖରା ଘର ସହିତ ୨ ଗଦା ଛଣ ଜଳିଗଲା
ବାଲିଅନ୍ତା: ଆଜି ବାଲିଅନ୍ତା ଥାନା ଅଞ୍ଚଳର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଓ ଆଉ ଗୋଟିଏ ପରିବାରର ପ୍ରାୟ ୪ ଏକରର ବଡ଼ ବଡ଼ ଦୁଇଟି ଛଣଗଦା ପାଉଁଶ ହୋଇଯାଇଛି। ସନ୍ଧ୍ୟା ପ୍ରାୟ ୫ଟାରେ ସ୍ଥାନୀୟ ଗଡ଼ଶ୍ରୀରାମପୁର ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କର ୩ ବଖରା ଘର ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଦିନ ଗୋଟାଏରେ ନାଗପୁର ଗ୍ରାମର ବିପିନ ବିହାରୀ ନାୟକଙ୍କର ୨ଟି ଯାକ ଛଣଗଦା ଜଳିଯାଇଥିଲା। ଏ ସଂପର୍କରେ ଖବର ପାଇ ବାଲିଅନ୍ତା ସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe