କବାଡ଼ିଆ ଦୋକାନରେ ଅଗ୍ନିକାଣ୍ଡ

ଭଦ୍ରକ : ଚରମ୍ପା ବେଲମଳା ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା ଘର

Image Courtesy of Zee News

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ଅଧୀନ ପଟିଆ କାନନବିହାର ଅଞ୍ଚଳରେ ଶୁକ୍ରବାର ଭୋର୍‌ରେ ଏକ କବାଡ଼ିଆ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର କବାଡ଼ିଆ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଚନ୍ଦ୍ରଶେଖରପୁର ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, କିଛି ଯୁବକ ଶୀତରୁ ରକ୍ଷା ପାଇବା ପାଇଁ ଆଜି ଭୋର୍‌ରେ ଏହି କବାଡ଼ିଆ ଦୋକାନ ନିକଟ‌ରେ ନିଆଁ ଲଗାଇ ପୁଉଁଥିଲେ। ତେବେ ସେମାନଙ୍କ ଅସାବଧାନତା ଯୋଗୁଁ ନିଆଁ ଦୋକାନ‌ରେ ଥିବା ପୁରୁଣା ଜିନିଷପତ୍ରରେ ଲାଗି ଯାଇଥିଲା। ଏହା ଦେଖି ଯୁବକମାନେ ଭୟରେ ସେଠାରୁ ପଳାଇଥିଲେ। ଚାହୁଁଚାହୁଁ ନିଆଁ ପୂରା ଦୋକାନକୁ ବ୍ୟାପି ଯାଇଥିଲା। ଏହି ସମୟରେ ମର୍ଣ୍ଣିଂୱାକ୍‌ କରୁଥିବା କିଛି ଲୋକ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe