ଭୁବନେଶ୍ବର: ସକାଳୁ ସକାଳୁ ମଞ୍ଚେଶ୍ବର ସତ୍ୟବିହାର ପାଖ ଜାତୀୟ ରାଜପଥ କଡ଼ ଦୋକାନ ସମ୍ମୁଖରେ କିଏ ଠିଆହୋଇ ଚା ପିଉଥାଏ ତ କିଏ ମର୍ଣ୍ଣିଂ ୱାକ୍ କରୁଥାଏ। ହଠାତ୍ ସେଠାରେ ଥିବା ଏକ ୪ମହଲା ବାଣିଜ୍ୟିକ କୋଠାର ଉପର ମହଲାରେ ଥିବା ନୋ ଲିମିଟ୍ ବାର୍ ଜଳିବାକୁ ଲାଗିଥିଲା। କ୍ଷଣକ ମଧ୍ୟରେ ଚାରିଆଡ଼କୁ ନିଆଁ ବ୍ୟାପିଗଲା। ସ୍ଥାନୀୟ ଅଞ୍ଚଳରେ ଧୂଆଁ ଆସ୍ତରଣ ଖେଳେଇ ହୋଇଗଲା। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ବେଳକୁ ପାଖାପାଖି ଦେଢ଼ କୋଟିର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଥିଲା। ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନଥିଲେ। ଗୋଆରେ ଏକ ବାର୍ରେ ଅଗ୍ନିକାଣ୍ଡ ଘଟି ୨୫ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଭୁବନେଶ୍ବରର ଏହି ବାର୍ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମସ୍ତଙ୍କୁ ଆତଙ୍କିତ କରିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଏସି ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବାସ୍ତବରେ କିଭଳି ଅଗ୍ନିକାଣ୍ଡ ଘଟିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି। ଅଗ୍ନିଶମ ବିଭାଗ ଅଧିକ ଖୋଳତାଡ଼ କରୁଛି।
Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍!
ଟଳିଗଲା ବଡ଼ ବିପଦ, ବର୍ତ୍ତିଗଲେ ଗ୍ରାହକ
ଶୁକ୍ରବାର ସକାଳ ପାଖାପାଖି ୮ଟା ୪୫ ହେବ। ଉପର ମହଲାରେ ଥିବା ବାର୍ ହୁତୁହୁତୁ ହୋଇ ଜଳୁଥାଏ। ତୃତୀୟ ମହଲାରେ ଥିବା ହୋଟେଲ୍ରେ ଲୋକେ ଶୋଇଥାଆନ୍ତି। ଦ୍ବିତୀୟ ମହଲାରେ ଫର୍ଣ୍ଣିଚର ସୋରୁମ୍। ତଳ ମହଲାରେ ରିଲାଏନ୍ସ ଫ୍ରେସ୍। ବାହାର ପଟୁ ଲୋକ ହୋହଲ୍ଲା କରୁଥାଆନ୍ତି। ପାଟିକରି ଡାକୁଥାଆନ୍ତି, ଯିଏ ଯେଉଁଠି ଅଛ ବାହାରକୁ ବହାରି ଆସ, ନିଆଁ ଲାଗି ବାର୍ ଜଳିଗଲା। ବାହାରେ ପାଟିକରୁଥିବା ଲୋକ ବି ଭୟରେ ଥରୁଥାଆନ୍ତି। କାରଣ କ୍ଷଣକ ମଧ୍ୟରେ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ନିଆଁ ଆଁରେ ପୂରା ବିଲ୍ଡଂ ଉପର ହୁ ହୁ ହୋଇ ଜଳୁଥାଏ। ବାର୍, ହୋଟେଲ୍ ସାଙ୍ଗକୁ ଫର୍ଣ୍ଣିଚର ସୋରୁମ୍ ଥିବାରୁ କ’ଣ ଅଘଟଣ ଘଟିଲା? ତାକୁ ନେଇ ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ଲାଗିରହିଥାଏ। ଲୋକଙ୍କ ପାଟିଶୁଣି ହୋଟେଲ୍ ଭିତରେ ଥିବା ଲୋକେ ଜୀବନ ବିଳକରେ ପଦାକୁ ବାହାରି ଆସିବା ପରେ ଟିକିଏ ଆଶ୍ବସ୍ତି ମିଳିଥିଲା। ତଥାପି ମନରେ ଭୟ ଥାଏ। ଆଉ କେହି ରହିଗଲେ କି? କାରଣ ନିଆଁ ବାର୍ରୁ ତଳ ଆଡ଼କୁ ବ୍ୟାପିବାକୁ ଲାଗିଥିଲା। ନିଆଁ ତଳ ମହଲାକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବିଭାଗର ୫ଟି ଦମକଳ ପହଞ୍ଚିଯାଇଥିଲା। ୫୦ରୁ ଅଧିକ ଆଗ୍ନିକ ଓ ଅଧିକାରୀ ପୂରା ଅପରେସନ୍ରେ ଲାଗିଯାଇଥିଲେ। ୪୫ ମିନିଟ୍ର ଅପରେସନ୍ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଫଳରେ ବଡ଼ ଅଘଟଣକୁ ଟାଳିଦିଆଯାଇଥିଲା। ସେହିପରି ଫର୍ଣ୍ଣିଚର ସୋରୁମ, ରିଲାଏନ୍ସ ଫ୍ରେସ୍, ହୋଟେଲ୍ ମଧ୍ୟ ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିଲା।
ନାହିଁ ଲାଇସେନ୍ସ, କେମିତି ଚାଲିଥିଲା ବାର୍?
ପାଖାପାଖି ବର୍ଷ ହେବ ବିନା ଲାଇସେନ୍ସରେ ଚାଲିଥିଲା ଏହି ବାର୍ ଆଣ୍ଡ ରେସ୍ତୋରାଁ। ସବୁଠୁ ଆଶ୍ଚର୍ଯ୍ୟର କଥା ଅବକାରୀ ବିଭାଗ ଏତେ ଚଢ଼ଉ କରିବା ପରେ ବି ରାଜଧାନୀ ଛାତି ଉପରେ ଏଭଳି ଏକ ବେଆଇନ ବାର୍ ଚାଲିଥିଲା, ଅଥଚ ଅବକାରୀ ବିଭାଗ ଜାଣିପାରି ନଥିଲା। କୌଣସି ଚାପରେ ବାର୍କୁ ଜାଣିଜାଣି ଅଣଦେଖା କରାଯାଇଥିଲା କି? ବିନା ଲାଇସେନ୍ସରେ ଖୁଲ୍ମଖୁଲା ନିଶା କାରବାର କରିବାକୁ ଛାଡ଼ିଦିଆଯାଇଥିଲା କି? ଏବେ ଏଭଳି ମାଳମାଳ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ୍ କହିଛନ୍ତି ଯେ ଏହାର ଯାଞ୍ଚ କରାଯାଉଛି। ଯଦି ବେଆଇନ ନିଶା କାରବାରର ପ୍ରମାଣ ମିଳେ, ବାର୍ ମାଲିକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ବଢ଼ୁଛି ଅପରାଧୀଙ୍କ ଦୌରାତ୍ମ୍ୟ, ଶୁଣୁନି ପୁଲିସ
ବାର୍କୁ ନେଇ ସ୍ଥାନୀୟ ଲୋକ ଅଣନିଶ୍ବାସୀ ହୋଇପଡ଼ିଥିବା କହିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ବାର୍ ଖୋଲିବାଠାରୁ ଆଖାପାଖ ଅଞ୍ଚଳରେ ଅପରାଧୀଙ୍କ ସଂଖ୍ୟା ବଢ଼ିଯାଇଛି। ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କାରଣ ବାର୍କୁ ଗୁଣ୍ଡା ଓ ଅପରାଧୀ ଶ୍ରେଣୀର ଲୋକ ଆସି ଗଣ୍ଡଗୋଳ କରି ଆତଙ୍କ ଖେଳାଉଛନ୍ତି। ରାସ୍ତା ମଝିରେ ଗାଡ଼ି ରଖି ଜାମ୍ କରୁଛନ୍ତି। ଯାହାକି ପ୍ରତିଦିନର ଘଟଣା। ଯଦି କେହି ସେମାନଙ୍କୁ ବାରଣ କରୁଛି, ସେମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। କିଛିଦିନ ତଳେ ସେଠାରେ ଏକ ଭୟଙ୍କର ଗଣ୍ଡଗୋଳ ହୋଇଥିଲା। ୪-୫ଜଣ ରକ୍ତାକ୍ତ ହୋଇଥିଲେ। ଏନେଇ ପୁଲିସରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ
ଜାମ୍ରେ ଫସିଲା ଦମକଳ
ଅଗ୍ନିକାଣ୍ଡ ଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଲୋକମାନଙ୍କ ଭିଡ଼ ଜମିଥିଲା। ଏମିତିକି ଓଭରବ୍ରିଜ୍ ଉପରେ ମଧ୍ୟ ଅନେକ ଲୋକ ଅଟକି ଅଗ୍ନିକାଣ୍ଡର ଦୃଶ୍ୟକୁ ମୋବାଇଲ୍ରେ ସୁଟିଂ କରୁଥାଆନ୍ତି। ଯାହାକୁ ନେଇ ସେଠାରେ ଯାତାୟାତ ଅସମ୍ଭବ ହୋଇପଡ଼ିଥିଲା। ଉଦ୍ବେଗର ବିଷୟ ଯେ ଏହି ଜାମ୍ ସ୍ଥିତି ଯୋଗୁ ୨ଟି ଦମକଳ ମଧ୍ୟ ଫସିଯାଇଥିଲା। ବହୁ ସମୟ ଧରି ପୁଲିସ କସରତ କରିବା ପରେ ଦମକଳ ଯିବାକୁ ବାଟ ଫିଟିଥିଲା।
ସିସିଟିଭିରେ ରଙ୍ଗିନ ରାତିର ମଜା, ଝୁମୁଥିଲେ ଯୁବକଯୁବତୀ
‘ନୋ ଲିମିଟ୍’ ବାର୍ର ନାଁ ଯେମିତି କାମ ବି ସେମିତି। ରାତି ତମାମ ବାର୍ ଭିତରେ ଚାଲିଥିଲା ବାର୍ ଗାର୍ଲଙ୍କ ନୃତ୍ୟ। ରଙ୍ଗିନ ଆଲୋକ ସାଙ୍ଗକୁ ଡିଜେ ତାଳେତାଳେ ହୁକା ଟାଣି ମଦ ନିଶାରେ ଝୁମୁଥିଲେ ଯୁବକ ଯୁବତୀ। ବାର୍ ଗାର୍ଲଙ୍କ ନୃତ ସହ ରଙ୍ଗିନ ରାତିର ମଜା ନେଉଥିଲେ ଗ୍ରାହକ। ବାର୍ରେ ନା ଥିଲା ବନ୍ଦ କରିବା ସମୟରେ ଅଂକୁଶ ନା କେହି ଯାଞ୍ଚ କରିବାର ଭୟ। ପୁଲିସ ସିସିଟିଭି ଯାଞ୍ଚ ବେଳେ ବାର୍ ଭିତରର ଏଭଳି ଗୁମର ପଦାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/13/fhffhsxbvvb-2025-12-13-02-39-12.jpg)