ସର୍ଜିକାଲ୍‌ କିଟ୍‌ ଗୋଦାମରେ ଅଗ୍ନିକାଣ୍ଡ: ୫୦ ଲକ୍ଷର ଉପକରଣ, ଯନ୍ତ୍ରାଂଶ ପାଉଁଶ

Advertisment

ବୁଧବାର ସକାଳେ ପାହାଳ ରୁଦ୍ରପୁରସ୍ଥିତ ଏକ ମେଡିକାଲ୍‌ ଉପକରଣ (ସର୍ଜିକାଲ୍‌ କିଟ୍‌) ଗୋଦାମରେ ନିଆଁ ଲାଗିଯିବାରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଉପକରଣ ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି।

ବୁଧବାର ସକାଳେ ପାହାଳ ରୁଦ୍ରପୁରସ୍ଥିତ ଏକ ମେଡିକାଲ୍‌ ଉପକରଣ (ସର୍ଜିକାଲ୍‌ କିଟ୍‌) ଗୋଦାମରେ ନିଆଁ ଲାଗିଯିବାରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଉପକରଣ ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି।

ssffccxz

ବାଲିଅନ୍ତା ବଜାର: ବୁଧବାର ସକାଳେ ପାହାଳ ରୁଦ୍ରପୁରସ୍ଥିତ ଏକ ମେଡିକାଲ୍‌ ଉପକରଣ (ସର୍ଜିକାଲ୍‌ କିଟ୍‌) ଗୋଦାମରେ ନିଆଁ ଲାଗିଯିବାରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଉପକରଣ ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟକୁ ଗୋଦାମ ବନ୍ଦ ଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଜୀବନହାନୀ ଭଳି କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଏହି ଭୟଙ୍କର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଲାଗି ୪ଟି ଦମ୍‌କଳ ଗାଡ଼ିକୁ ୩ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଏହା ଘଟିଥିବା ସନ୍ଦେହ କରାଯାଉଛି। 

ଆଜି ସକାଳ ପ୍ରାୟ ୯ଟା ସମୟରେ ଏହି ଗୋଦାମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ୨ମହଲା ବିଶିଷ୍ଟ ଏହି ଗୋଦାମର ତଳ ମହଲାରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ମାଲିକଙ୍କୁ ଓ ପାହାଳ ଅଗ୍ନିଶମ ବାହିନୀକୁ ଫୋନ୍‌ କରି ଜଣାଇଥିଲେ। ମାତ୍ର ଚାହୁଁଚାହୁଁ ନିଆଁର ପ୍ର କୋପ ବଢ଼ିବାରେ ଲାଗିଲା ଏବଂ ପୂରା ୨ ମହଲାକୁ ନିଆଁ ବ୍ୟାପି ଯାଇଥିଲା। ଗୋଦାମ ଭିତରେ ବିପୁଳ ସ୍ପିରିଟ୍‌ ଥିବାରୁ ନିଆଁର ବେଗ ଓ ପ୍ରକୋପ ବଢ଼ିଯାଇଥିଲା। ସେହିଭଳି ଭିତରୁ କିଛି ବିସ୍ଫୋରଣ ଶବ୍ଦ ହେବାରୁ ଲୋକେ ଭୟରେ ଗୋଦାମ ନିକଟରୁ ଦୂରକୁ ଦୌଡ଼ିଥିଲେ। ପ୍ରଥମେ ପାହାଳର ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ମାତ୍ର ସେତେବେଳକୁ ନିଆଁର ପ୍ରକୋପ ଏତେ ବଢ଼ିଯାଇଥିଲା ଯେ ଦମକଳଦ୍ବୟ ଉପାୟହୀନ ହୋଇପଡ଼ିଥିଲେ। ଗୋଟିଏ ପଟୁ ନିଆଁକୁ ଆୟତ୍ତ କଲା ବେଳକୁ ଅପରପଟୁ ନିଆଁ ମାଡ଼ିମାଡ଼ି ଚାଲିଥିଲା। ତେଣୁ ଭୁବନେଶ୍ବର ସହର ଭିତରୁ ଆଉ ଦୁଇଟି ଦମକଳ ଗାଡ଼ି ପହଞ୍ଚିଥିଲା। ଏହାପରେ ଗୋଦାମର ଚାରିପଟୁ ନିଆଁକୁ ଆୟତ୍ତ କରାଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା। ମାତ୍ର ସେତେବେଳକୁ ଭିତରେ ସବୁ କିଛି ପାଉଁଶ ହୋଇସାରିଥିଲା। ଗଜ୍ କପଡ଼ା, ପ୍ଲାଷ୍ଟର୍‌ ସାମଗ୍ରୀ, ସ୍ପିରିଟ୍‌, ତୁଳା ଓ ନବଜାତକଙ୍କ ପାଇଁ ଉପକରଣ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା। ଗୋଦାମ ଭିତରେ ସ୍ପିରିଟ୍‌ ଡ୍ରମ୍‌ ବିସ୍ଫୋରଣ ହେବାରୁ ନିଆଁ ପ୍ରବଳ ବେଗରେ ମାଡ଼ି ଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe