ବାତ୍ୟା ‘ଜଓ୍ୱାଦ’ ମୁକାବିଲା ପାଇଁ ଉପକରଣ ସହ ଅଗ୍ନିଶମ ବାହିନୀ ପ୍ରସ୍ତୁତ

Advertisment

ସବୁ କର୍ମଚାରୀଙ୍କ ଛୁଟି ବାତିଲ

ସବୁ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ‘ଜଓ୍ୱାଦ’ ମୁକାବିଲା ପାଇଁ ଉପକରଣ ସହ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଜଵାଦ’ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ୨୦୧୯ର ଫନି ବାତ୍ୟା ଭୁବନେଶ୍ବରରେ ପ୍ରବଳ କ୍ଷୟକ୍ଷତି କରିଥିଲା। ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ରାଜଧାନୀ ଭୁବନେଶ୍ବରରେ ଅଗ୍ନିଶମ ବାହିନୀ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ଆଜି ବରମୁଣ୍ଡାସ୍ଥିତ ଫାୟାର ଷ୍ଟେସନରେ ଏକ ମକଡ୍ରିଲ୍ କରାଯାଇଥିଲା। ସମସ୍ତ ଉପକରଣ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେହିପରି ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରାଯାଇଥିବା ଜଣାପଡ଼ିଛି। ଫାୟାର କଟର, ଜେନେରେଟର୍, ଆସ୍କା ଲାଇଟ୍, ସ୍କାଏ ଲ୍ୟାଡର୍, ପାଣି ନିସ୍କାସନ ପାଇଁ ମୋଟର ରଖାଯାଇଛି। ଯଦି କେଉଁଠି କ୍ଷୟକ୍ଷତିର ସୂଚନା ଆସିଲା ତାହେଲେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯିବ। ସେହିପରି ରାସ୍ତାରେ ଗଛ ପଡ଼ିଥିଲେ ତାହାକୁ କାଟି ସଫା କରାଯିବ। ଜରୁରିକାଳୀନ ସେବାକୁ ଅବ୍ୟାହତ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ।

ସଜାଗ ରହିବା ପାଇଁ ଆଇଆଇସିମାନଙ୍କୁ ନିର୍ଦ୍ଦେଶ
ବିଦ୍ୟୁତ୍‌ ସେବା ଅବ୍ୟାହତ, କାଗଜପତ୍ର ସୁରକ୍ଷିତ ରଖିବା ଉପରେ ଗୁରୁତ୍ବ
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଫନିରେ ରାଜଧାନୀ ଛିନ୍‌ଛତ୍ର ହୋଇଥିବା ବେଳେ ଥାନାଗୁଡ଼ିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବାରୁ ଥାନା ଅନ୍ଧାରରେ ରହିଥିଲା। ଏପରିକି ପାଣି ପଶି ସାମଗ୍ରୀ, କାଗଜପତ୍ର ନଷ୍ଟ ହୋଇଥିଲା। ବାତ୍ୟା ଜଵାଦ ଯଦି କିଛି କ୍ଷତି ଘଟାଇଲା ତେବେ ତାହାର ମୁକାବିଲା ପାଇଁ ପ୍ରସ୍ତୁତି ହୋଇଛି। ସଜାଗ ରହିବା ପାଇଁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଦ୍ୟୁତ ସେବା ଅବ୍ୟାହତ ରଖିବା ପାଇଁ କୁହାଯାଇଛି। ଥାନାର କାଗଜପତ୍ର, ଫାଇଲ ଯେମିତି ସୁରକ୍ଷିତ ରୁହେ ତା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe