ଅଗ୍ନିଶମ ବାହିନୀ ୩୫ କୋଭିଡ୍‌ ହସ୍‌ପିଟାଲକୁ ବିଶୋଧନ କଲା

Advertisment
ଅଗ୍ନିଶମ ବାହିନୀ ୩୫ କୋଭିଡ୍‌ ହସ୍‌ପିଟାଲକୁ ବିଶୋଧନ କଲା

New Indian Express

ଭୁବନେଶ୍ବର : ରାଜ୍ୟରେ କରୋନା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ସରକାରଙ୍କଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ଲଢ଼େଇ ଚାଲିଛି। ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ଫନିରେ ଉଲ୍ଲେଖନୀୟ ଅବଦାନ ପରେ କୋଭିଡ୍‌ ମୁକାବିଲାରେ ମଧ୍ୟ ନୂଆ ରେକର୍ଡ କରିଛି। ଚଳିତ ମାସ ୨୦ ତାରିଖ ସୁଦ୍ଧା ୩୩୮ଟି ଦମକଳ କେନ୍ଦ୍ରର କର୍ମଚାରୀ ୪୭ହଜାର ୧୦୩ଟି ସ୍ଥାନକୁ ବହୁବାର ବିଶୋଧନ କରିଥିବା ବେଳେ ରାଜ୍ୟର ସମସ୍ତ ୩୫ଟି କୋଭିଡ୍ ହସ୍ପିଟାଲ୍, ୨୨ଟି କୋଭିଡ୍ ଟେଷ୍ଟିଙ୍ଗ ସେଣ୍ଟର ଏବଂ ୧୬ଟି କୋଭିଡ୍ କେୟାର ସେଣ୍ଟରର ବିଶୋଧନ କରିଥିବା ଜଣାଇଛନ୍ତି ଅଗ୍ନିଶମ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି। ସେ କହିଛନ୍ତି କୋଭିଡ୍‌ ମୁକାବିଲା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କଲେ ହିଁ ଏହା ସମ୍ଭବ ହୋଇ ପାରିବ। ବିଶୋଧନ ପ୍ରକ୍ରିୟା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦାନ କରା ଯାଇଥିବା ତାଲିକା ଅନୁଯାୟୀ ପ୍ରତିଦିନ ଚାଲିଛି। କୋଭିଡ୍‌ ମୁକାବିଲା ପାଇଁ ଅଗ୍ନିଶମ ଯଥାସମ୍ଭବ ଉଦ୍ୟମ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe