ରସୁଲଗଡ଼ ନିକଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

Advertisment

ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ, ଲକ୍ଷାଧିକ ସଂପତ୍ତି ଭସ୍ମୀଭୂତ

ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ, ଲକ୍ଷାଧିକ ସଂପତ୍ତି ଭସ୍ମୀଭୂତ

ରସୁଲଗଡ଼ ନିକଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର: ସ୍ଥାନୀୟ ରସୁଲଗଡ଼ ଛକ ନିକଟ (ଇନଷ୍ଟିଚ୍ୟୁଟ ମ୍ୟାନେଜମେଣ୍ଟ ଭୁବନେଶ୍ବର ସମ୍ମୁଖ) ମାର୍କେଟ କମ୍ପେକ୍ସରେ ଆଜି ଅପରାହ୍ନରେ ନିଆଁ ଲାଗିଛି। ଏଥିରେ ଥିବା ୩ଟି ଦେକାନ ଜଳିଯିବାରୁ ବହୁ ପରିମାଣରେ ଜିନିଷପତ୍ର ନଷ୍ଟ ହୋଇଯାଇଛି। ୩ଟି‌ ଦୋକାନ ମଧ୍ୟରୁ ୨ଟି ସଂପୂର୍ଣ୍ଣ ଜଳିଯାଇଛି। ସୂଚନା ପାଇ ଦମକଳ ବାହିନୀର ୨ଟି ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିଛି।

publive-image Photo by Mahendra Sahu

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ମାର୍କେଟ କମ୍ପ୍ଲେକ୍ସର ଗୋଟିଏ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା। କାଳ କ୍ରମେ ନିଆଁ ପାଖ ଦୋକାନକୁ ବ୍ୟାପିଥିଲା। ନିଆଁ ଯେଉଁ ସମୟରେ ଲାଗିଥିଲା ଏହାର ମାଲିକ ମାନେ ମଧ୍ୟାହ୍ନ ଭୋଜନ ପାଇଁ ଦିନ ୨ଟା ପରେ ଘରକୁ ଯାଇଥିଲେ। କିନ୍ତୁ ରାସ୍ତାରେ ଯାଉଥିବା ଲୋକେ ୨ଟି ଦୋକାନରୁ ଧୂଆଁ ବାହାରୁଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ‌ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀର ୨ଟି ଗାଡ଼ି ଘଟଣାସ୍ଥଳକୁ ପହଂଚିଥିଲା।

publive-image

ଦୋକାନରେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। କିନ୍ତୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ନିକଟସ୍ଥ ଦୋକାନୀମାନଙ୍କ କହିବା ଅନୁସାରେ ଧୂପ ନିଆଁରୁ ଅଗ୍ନିକାଣ୍ଡ ହୋଇଥାଇ ପାରେ। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇପାରିଥିଲା। ଦୋକାନ ଗୁଡ଼ିକରେ ଗାଡ଼ି ମୋଟର୍ସ ସ୍ପେୟାର ପାଟର୍ସ ବିକ୍ରି ହେଉଥିଲା। ଠିକ ସମୟରେ ଅଗ୍ନିଶମ ବାହିନୀ ପହଂଚିଥିବାରୁ ମାର୍କେଟ କମ୍ପେକ୍ସରେ ରହିଥିବା ଅନ୍ୟ ୨୦ଟି ଦୋକାନ ନିଆଁରୁ ବର୍ତ୍ତିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe