ବିମାନବନ୍ଦରରୁ ଧୂଆଁ, ଲୋକେ ଛାନିଆ

Advertisment

ସୁରକ୍ଷା ନେଇ ମକ୍‌ଡ୍ରିଲ

ସୁରକ୍ଷା ନେଇ ମକ୍‌ଡ୍ରିଲ

ବିମାନବନ୍ଦରରୁ ଧୂଆଁ, ଲୋକେ ଛାନିଆ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନବନ୍ଦର ଭିତରୁ ବାହାରିଲା ମୋଟା କଳା ଧୂଆଁ। ପ୍ରଥମେ ବିମାନବନ୍ଦରରେ ପ୍ରସ୍ତୁତ ଥିବା ୩ଟି ଦମକଳ ସାଇରନ ଦେଇ ଭିତରକୁ ପଶିଥିଲେ। ସିଆଇଏସ୍‌ଏଫ୍‌ ଯବାନମାନେ ମଧ୍ୟ ସଜାଗ ହୋଇଯାଇଥିଲେ। ମାତ୍ର କେଇ ସେକେଣ୍ଡରେ ଦୁଇଟି ଆମ୍ବୁଲାନ୍ସ ପହଞ୍ଚିଥିଲା। ଷ୍ଟ୍ରେଚର୍‌ରେ ତିନିଜଣଙ୍କୁ ଅଣାଯାଇ ଆମ୍ବୁଲାନ୍ସରେ ଭର୍ତ୍ତି କରିବା ପରେ ପରେ ସାଇରନ ବଜାଇ ଆମ୍ବୁଲାନ୍ସ ବିମାନବନ୍ଦରରୁ ବାହାରି ଯାଇଥିଲା। କିଛି ସମୟ ପରେ ଆଉ ୩ଟି ଦମ୍‌କଳ ମଧ୍ୟ ଭିତରେ ପଶିଥିଲା। ଡାକ୍ତରୀ ଟିମ୍‌ ଓ ରେଡ୍‌କ୍ରସ୍‌ ସ୍ବେଚ୍ଛାସେବୀ ମଧ୍ୟ ପହଞ୍ଚିଥିଲେ। କେତେକ ସରକାରୀ ଅଫିସରଙ୍କୁ ନେଇ ସରକାରୀ ଗାଡ଼ି ମଧ୍ୟ କ୍ଷୀପ୍ର ଗତିରେ ବିମାନବନ୍ଦର ଭିତରକୁ ପ୍ରବେଶ କରିଥିଲା। କ’ଣ ହେଲା କାହା ପାଖରେ ଖବର ନଥିଲା। ଯିଏ ଭିତରୁ ବାହାରୁଥିଲା ସମସ୍ତେ ତାକୁ ପଚାରୁଥିଲେ। ସମସ୍ତେ କିଛି ଅଘଟଣର ଆଶଙ୍କା କରୁଥିଲେ। ହେଲେ ଏହା ଅଘଟଣ ନୁହେଁ, ବରଂ ଅଘଟଣର ମୁକାବିଲା ପାଇଁ ବିମାନବନ୍ଦର କେତେ ପ୍ରସ୍ତୁତ ଅଛି ତାହାର ଚାଲିଥିଲା ମକ୍‌ଡ୍ରିଲ୍‌।

publive-image

ଏସ୍‌ଆରସିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପାଇଁ ଥିବା ନୋଡାଲ ଏଜେନ୍‌ସି ଓସ୍‌ଡମା ପକ୍ଷରୁ ଗତକାଲି ଅପରାହ୍‌ଣ ୩ଟା‌ରେ ଏହି ଆୟୋଜନ ହୋଇଥିଲା। ପ୍ରତି ଦୁଇବର୍ଷରେ ଥରେ ଏଭଳି ମକ୍‌ଡ୍ରିଲ କରିବା ପାଇଁ ନିୟମ ରହିଛି। ବିମାନ ଦୁର୍ଘଟଣା ହେଲେ, ଲ୍ୟାଣ୍ଡିଂ ଓ ଉଠିବା ବେଳେ ସମସ୍ୟା ହେଲେ ନିଆଁ ଲାଗିବା ଭଳି ଅଘଟଣ ଘଟିଲେ, ଏଥିରୁ କିଭଳି ଯାତ୍ରୀମାନଙ୍କୁ ସୁରକ୍ଷିତ ଅଣାଯାଇ ପାରିବ, ଘଟଣାସ୍ଥଳରେ କିଭଳି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରିବ ସେ ନେଇ ପ୍ରସ୍ତୁତିର ପରୀକ୍ଷା କରାଯାଇଥିଲା। ଏନ୍‌ଡିଆରଏଫ୍, ଓଡିଆରଏଫ୍‌, ଅଗ୍ନିଶମ ସେବା ସଂସ୍ଥା, ଫ୍ୟାକ୍ଟ୍ରି ଆଣ୍ଡ ବଏଲର, ରେଡ୍‌କ୍ରସ୍‌, ସିଆଇଏସ୍‌ଏଫ୍‌ ପ୍ରମୁଖଙ୍କ ସହଯୋଗରେ ଏହି ମକ୍‌ଡ୍ରିଲ କରାଯାଇଥିଲା। ବିମାନବନ୍ଦର ପରିସରରେ ଏକ ସ୍ଥାନରେ ନିଆଁ ଲଗାଯିବା ସହ ଭିତରେ ଏକ ଗାଡ଼ି ଭିତରେ ୫୦ଜଣ ଲୋକଙ୍କୁ ରଖାଯାଇଥିଲା। ନିଆଁ ଲାଗିବା ପରେ ପରେ ଲୋକମାନଙ୍କୁ ଉଦ୍ଧାର କରାଯାଇ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe