ଆପାର୍ଟମେଣ୍ଟରେ ନିଆଁ, ୩ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

Advertisment
ଆପାର୍ଟମେଣ୍ଟରେ ନିଆଁ, ୩ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭୁବନେଶ୍ବର: ସତ୍ୟନଗରସ୍ଥିତ ଆପୋଲୋ ଫାର୍ମାସି ନିକଟରେ ଥିବା ବସୁଧା ରେସିଡେନ୍ସି ୪ର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଛି। ୪ର୍ଥ ମହଲାର ବି-୪୨ରେ ନିଆଁ ଲାଗି ପ୍ରାୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ବେଳକୁ ଘରର ପ୍ରାୟ ସମସ୍ତ ଜିନିଷ ଜଳି ଯାଇଛି।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧ଟା ସମୟରେ ଆପାର୍ଟମେଣ୍ଟର ଦୁର୍ଗା ପ୍ରସାଦ ସାମଲଙ୍କ ଘରେ ନିଆଁ ଲାଗିଯାଇଥିଲା। ଘରେ ଥିବା ଫ୍ରିଜ, ୱାସିଂ ମେସିନ ଠାରୁ ଆରମ୍ଭ କରି ରୋଷେଇ ଘରେ ଥିବା ସମସ୍ତ ସାମଗ୍ରୀକୁ ନିଆଁ ବ୍ୟାପିଯାଇଥିଲା। ଶ୍ରୀ ସାମଲ ଘରେ ଠାକୁରଙ୍କ ପାଖରେ ଦୀପ ଲଗାଇ ଦେଇ ବାହାରକୁ ଯାଇଥିଲେ। ସେଥିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ। ତଳ ମହଲାରେ ଥିବା ଲୋକମାନେ ନିଆଁ ଲାଗିଥିବା ସୂଚନା ପାଇ ପାଣି ପକାଇ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଘରେ ସୋଫା ଏବଂ ପ୍ଲାଷ୍ଟିକ ଜିନିଷ ଥିବାରୁ ନିଆଁ ଖୁବ୍ ଜୋରରେ ବ୍ୟାପିଥିଲା। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe