ଭୁବନେଶ୍ବର: ଶନିବାର ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ। କେବଳ ଏକ ଡୋର୍-ସ୍କ୍ରିନ୍ ଜଳି ଯାଇଛି। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସ୍ ପେଟ୍ରୋଲ ଥିବା ଏକ ପ୍ଲାଷ୍ଟିକ୍ ବୋତଲ ପାଇଛି। ତେଣୁ କେହି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇଥିବା ପୁଲିସ ସନ୍ଦେହ କରୁଛି। ଅପରପକ୍ଷେ ଆଜି ଦିନବେଳା କଂଗ୍ରେସ ଭବନ ପରିସରରେ ଜଣେ ସାମ୍ବାଦିକ ଓ ଜଣେ କର୍ମୀଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିଥିଲେ। ତେଣୁ ଦିନ ଓ ରାତିର ଏହି ଘଟଣା ମଧ୍ୟରେ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଛି। ବୁଧବାର ରୁପାଲି ଛକ ନିକଟରେ ସୁପ୍ ପିଇବାକୁ କେନ୍ଦ୍ର କରି ଘଟିଥିବା ପ୍ରାଣାନ୍ତକ ସଂଘର୍ଷ ଏହା ପଛର କାରଣ ବୋଲି କୁହାଯାଉଛି।
କଂଗ୍ରେସ ଭବନରେ ଅଗ୍ନିକାଣ୍ଡ: ପେଟ୍ରୋଲ୍ ଥିବା ପ୍ଲାଷ୍ଟିକ୍ ବୋତଲ ଜବତ
Advertisment
Follow Us