ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ସ୍ଥିତ ଏନ୍ଏଚ୍ଏମ୍ ଅଫିସରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଦେଖାଯାଇଛି। କୋଠାର ଦ୍ୱିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ସଂପର୍କରେ ଜଣାପଡ଼ି ନାହିଁ।
/sambad/media/post_attachments/wp-content/uploads/2019/02/BBSR-1-300x187.jpg)
ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
/sambad/media/post_attachments/wp-content/uploads/2019/02/APOLO-300x222.jpg)
ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ରାଜଧାନୀର ଘରୋଇ ହସ୍ପିଟାଲ ‘ଆପୋଲୋ’ରେ ଅଗ୍ନିକାଣ୍ଡ ଦେଖାଯାଇଥିଲା। ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିବା ପରେ ରୋଗୀ, ରୋଗୀଙ୍କ ସଂପର୍କୀୟ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଭୟଭୀତ ହୋଇ ଯାଇଥିଲେ।
Follow Us