ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଡମଣା ଛକରେ ଥିବା ‘ଭେନସ ଡେଲି ମାର୍ଟ’ନାମକ ଏକ ସପିଂ ମଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ଖବର ପାଇ ଚନ୍ଦ୍ରଶେଖରପୁର , ଭୁବନେଶ୍ୱର ଓ ସେକ୍ରେଟେରିଏଟ୍ ଫାୟାରଷ୍ଟେସନର ୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଥିିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାର୍ହିଁ।
ଭୁବନେଶ୍ୱର ସପିଂ ମଲରେ ଅଗ୍ନିକାଣ୍ଡ
Advertisment
Follow Us