ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ଅଖା

Advertisment
ଇଂରାଜୀ ମାଧ୍ୟମ ସ୍କୁଲ ଅଧ୍ୟକ୍ଷଙ୍କ କାର୍‌ ପୋଡ଼ିଦେଲେ ଦୁର୍ବୃତ୍ତ

Image Courtesy of Deccan Herald

ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଓଗାଳପଡ଼ା ଶିଳ୍ପାଞ୍ଚଳରେ ଥିବା ଏକ ଜରି ଅଖା ଗୋଦାମରେ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଅଖା ପୋଡ଼ି ପାଉଁଶ ହୋଇଯାଇଛି। ଜଟଣୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପ୍ରାୟ ୪ରୁ ୫ଘଣ୍ଟା ପରେ ନିଆଁ ଆୟତ ହୋଇଥିଲେ ବି ଗୋଦାମ ଘରେ ଥିବା ସବୁ ଅଖା ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଜରଙ୍ଗି ଅଗ୍ରୱାଲଙ୍କ ଏକ ଅଖା ଗୋଦାମ ଯାଁଳା ପଞ୍ଚାୟତ ଓଗାଳପଡ଼ା ଶିଳ୍ପାଞ୍ଚରେ ଅଛି। ଶ୍ରୀ ଅଗ୍ରୱାଲଙ୍କ ଡାଲି, ସୁଜି ଓ ଅଟା ଗୋଦାମ ଥିବାରୁ ସେଠାରୁ ବାହାରୁ ଥିବା ଜରି ଓ ଝୋଟ ଅଖା ଗୁଡିକ ଉକ୍ତ ଗୋଦାମ ଘରେ ରଖାଯାଇଥିଲା। ଗୋଦାମ ଘରେ ପ୍ରାୟ ୭ ରୁ ୮ ଟ୍ରକ ଅଖା ଥିଲା। ଏହି ଅଖା ଗୁଡ଼ିକ ବିକ୍ରି କରିବା ପାଇଁ ରଖାଯାଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe