କ୍ୟାପିଟାଲ ହସ୍‌ପିଟାଲ୍‌ର ଅଗ୍ନି ନିର୍ବାପକ ପ୍ରମାଣପତ୍ର ନାହିଁ, ଅଗ୍ନିଶମ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ

କ୍ୟାପିଟାଲ ହସ୍‌ପିଟାଲ୍‌ର ଅଗ୍ନି ନିର୍ବାପକ ପ୍ରମାଣପତ୍ର ନାହିଁ, ଅଗ୍ନିଶମ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: କ୍ୟାପିଟାଲ ହସ୍‌ପିଟାଲ କୋଠାର ଅଗ୍ନି ନିର୍ବାପକ ପ୍ରମାଣପତ୍ର ନାହିଁ। ଫଳରେ ଶହ ଶହ ରୋଗୀଙ୍କର ଜୀବନ ବିପଦରେ ରହିଛି। ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗର ବିଚାର କରି ରାଜ୍ୟ ମାନବାଧିକାର କମିସନ ଅଗ୍ନିଶମ ଡିଜି ଓ କ୍ୟାପିଟାଲ ହସ୍‌ପିଟାଲ ସୁପରିଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଗ୍ନି ନିରାପତ୍ତା ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ନେଇ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବା ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀର ଶୁଣାଣି ଡିସେମ୍ବର ୧୨ ତାରିଖକୁ ଧାର୍ଯ୍ୟ ହୋଇଛି। ଆଇନଜୀବୀ ରମାଶଙ୍କର ପାତ୍ରଙ୍କ ଅଭିଯୋଗକୁ ଆଧାର କରି ଏହି ନୋଟିସ ଜାରି କରାଯାଇଛି।

ରମାଶଙ୍କରଙ୍କ ଅଭିଯୋଗ ମୁତାବକ, କେବଳ ଭୁବନେଶ୍ବରରୁ ନୁହେଁ, ବରଂ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ କ୍ୟାପିଟାଲ ହସ୍‌ପିଟାଲ ଉପରେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି। କିନ୍ତୁ ଅଗ୍ନି ନିର୍ବାପକ ପ୍ରମାଣପତ୍ର ମିଳି ନ ଥିବାରୁ ଯେ କୌଣସି ମୁହୂର୍ତ୍ତରେ ଅଗ୍ନିକାଣ୍ଡର ଭୟ ରହୁଛି। ରୋଗୀଙ୍କ ଜୀବନ ବିପନ୍ନ ହୋଇଥିବାରୁ ଉପଯୁକ୍ତ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେବାକୁ ସେ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe