‌‌ଟ୍ରେନ୍‌ରେ ଆତସବାଜି, ଫଟକା ମନା, ପରିବହନ ରୋକିବାକୁ ପୂର୍ବତଟ ରେଳପଥର ଅଭିଯାନ

Advertisment

ଧରାପଡ଼ିଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ଧରାପଡ଼ିଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌

‌‌ଟ୍ରେନ୍‌ରେ ଆତସବାଜି, ଫଟକା ମନା, ପରିବହନ ରୋକିବାକୁ ପୂର୍ବତଟ ରେଳପଥର ଅଭିଯାନ

Image Courtesy of The Tribune

ଭୁବନେଶ୍ବର: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର୍‌, ଏସିଡ୍, ପେଟ୍ରୋଲ୍, କିରାସିନି ଇତ୍ୟାଦି ଜିନିଷ ପରିବହନ ଉପରେ ରୋକ୍‌ ଲଗାଇଛି ପୂର୍ବତଟ ରେଳପଥ। ରେଳବାଇ ଅଧିନିୟମ ୧୯୮୯ ଅନୁଯାୟୀ ଯେକୌଣସି ବ୍ୟକ୍ତି ଏଭଳି କାର୍ଯ୍ୟ କରୁଥିବ, ତାହା ଦଣ୍ଡନୀୟ ଅପରାଧ। ଏଥିପାଇଁ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଟ୍ରେନ୍ ଯାତ୍ରାକୁ ନିରାପଦ କରିବା ପାଇଁ ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଦୀପାବଳି ଉତ୍ସବ ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ୍‌ରେ ଜ୍ୱଳନ୍ତ ଜିନିଷ ବହନ ନକରିବା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ସମସ୍ତ ୩ଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ୱାଲ୍ଟେୟାରକୁ କଡ଼ା ପଦକ୍ଷେପ ନେବା ଲାଗି ପୂର୍ବତଟ ରେଳପଥ ପରାମର୍ଶ ଦେଇଛି। ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ଜିନିଷ ନେଉଥିବାର ଦେଖାଯାଏ, ତେବେ ଟ୍ରେନ୍‌ ଯାତ୍ରୀଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହ-ଯାତ୍ରୀଙ୍କୁ ରେଳ ସୁରକ୍ଷା ବଳ (ଆରପିଏଫ) ଓ ସରକାରୀ ରେଳ ପୁଲିସ (ଜିଆରପି) କର୍ମକର୍ତ୍ତା, ଟିଟିଇ, କୋଚ ଆଟେଣ୍ଡାଣ୍ଟ, ଷ୍ଟେସନ ପରିଚାଳକ, ଟ୍ରେନର ଗାର୍ଡମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଘଟଣା ବିଷୟରେ ଜଣାଇବାକୁ ଯାତ୍ରୀମାନେ ହେଲ୍ପ ଲାଇନ୍ ନମ୍ବର ୧୮୨କୁ ଫୋନ କରିପାରିବେ। ଟ୍ରେନ୍ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ଫଟକା, ବିସ୍ଫୋରକ ପଦାର୍ଥ ପରିବହନ କରିବାର ବିପଦ ବିଷୟରେ ଅବଗତ କରାଇବା ପାଇଁ ପୂର୍ବତଟ ରେଳପଥ ସୁରକ୍ଷା ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ଫଟକା ପରିବହନ ନେଇ ସନ୍ଦେହ ହେଲେ ଯାତ୍ରୀମାନେ ରେଳବାଇ କର୍ମଚାରୀଙ୍କୁ ଜଣାଇପାରିବେ।

ଏହାବ୍ୟତୀତ ଷ୍ଟେସନରେ ସର୍ବସାଧାରଣ ଘୋଷଣା ବ୍ୟବସ୍ଥା ମାଧ୍ୟମରେ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ହୋଇଛି। ଜିଆରପି, ଆରପିଏଫ୍‌ ଓ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳ କର୍ମଚାରୀଙ୍କୁ ନିୟୋଜିତ କରି ଅନିୟମିତତା ସମ୍ବନ୍ଧରେ ଯାଞ୍ଚ କରାଯିବ। ପାର୍ସଲ୍ ଭ୍ୟାନ୍‌ଗୁଡ଼ିକରେ କିମ୍ବା ଲଗେଜ୍ ଲୋଡିଂ ସମୟରେ ଯାଞ୍ଚ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଟ୍ରେନ୍ ଓ ଷ୍ଟେସନ୍‌ରେ ଜ୍ୱଳନ୍ତ ଜିନିଷ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଟ୍ରେନ୍ ଏସକର୍ଟିଂ ଦଳ, ମେରି ସହେଲୀ ଦଳଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe