ବାଣ ଦୋକାନକୁ ଅନୁମତି ମିଳିବନି!

ବାଣ ଦୋକାନ ପାଇଁ ଏନ୍‌ଓସି ଦେବେ ଜେଡ୍‌ଡିସି

The Indian Express

ଭୁବନେଶ୍ୱର : କରୋନା କଟକଣା ପାଇଁ ଦଶହରା ଯେପରି ଫିକା ପଡ଼ିଲା, ଆଗକୁ ଲକ୍ଷ୍ମୀ ପୂଜା ଓ ଦୀପାବଳି ବି ଫିକା ପଡ଼ିପାରେ। କରୋନା କଟକଣାକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇପାରନ୍ତି। ପୂଜା ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ନେଇ କଟକଣା ଲାଗିବ। ମୁଖ୍ୟତଃ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆନଯାଇପାରେ ବୋଲି କୁହାଯାଉଛି।

ଏନେଇ ବିଏମ୍‌ସି କମିସନର କିଛି ସ୍ପଷ୍ଟ କହି ନଥିଲେ ହେଁ କହିଥିଲେ ଯେ, ଦଶହରା ପାଇଁ ଯେପରି କଟକଣା ଲାଗିଲା, ଦୀପାବଳି, କାଳୀ ପୂଜା ପାଇଁ ବି‌ ସେମିତି ଲାଗିବ। କୌଣସି ପରିସ୍ଥିତିରେ ବି ଭିଡ଼କୁ ଉତ୍ସାହିତ କରାଯିବନି। ରାଜ୍ୟ ସରକାର ଯଦି ବାଣ ଦୋକାନ ଖୋଲିବାକୁ ଅନୁମତି ଦେବେ ତେବେ ଆମେ ଦେଇପାରୁ। କିନ୍ତୁ ଏନେଇ ଖୁବ୍‌ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ବାଣ ଦୋକାନ ଖୋଲିଲେ ଦୋକାନ ଆଗରେ ଅଧିକ ଗହଳି ହେବାର ସମ୍ଭାବନା ଥିବାରୁ ଏବଂ ଲୋକ ବାଣ କିଣିଲେ ଏକାଠି ଫୁଟାଇବାର ଆଶଙ୍କା ଥିବାରୁ ଏହାକୁ ଉତ୍ସାହିତ ନକରିବାକୁ ବିଏମ୍‌ସି ଯୋଜନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe