ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ନିଆଁ ଲିଭାଇଲା ଅଗ୍ନିଶମ ବାହିନୀ

Advertisment
ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ନିଆଁ ଲିଭାଇଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଶ୍ୟାମପୁର ପଣ୍ଡାକୁଦିଆ ବସ୍ତି ନିକଟ ଗ୍ରାମ୍ୟ ଜଙ୍ଗଲରେ ଆଜି ନିଆଁ ଲାଗିଥିଲା। ପରେ ଏହି ନିଆଁ ଆଖପାଖ ଘରୋଇ ଜମିକୁ ବ୍ୟାପିଯାଇଥିଲା। ତେବ‌େ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବସ୍ତିବାସିନ୍ଦାମାନେ ମିଳିତ ଭାବେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ମଧ୍ୟାହ୍ନରେ ଏହି ନିଆଁ ଲାଗିବା ଦେଖି ପଣ୍ଡାକୁଦିଆ ବସ୍ତିବାସିନ୍ଦାମାନେ ଅଗ୍ନିଶମ ବିଭାଗକୁ ଫୋନ୍ କରି ଜଣାଇଥିଲେ। ସଙ୍ଗେସଙ୍ଗେ ୨ଟି ଦମକଳ ଗାଡ଼ି ପହଞ୍ଚିଥିଲା।

ପଣ୍ଡାକୁଦିଆ ବସ୍ତିର ନୀଳକଣ୍ଠେଶ୍ବର ୟୁଥ୍ ଆସୋସିଏସନର ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଯୁବକଙ୍କ ସହାୟତାରେ ୨ଘଣ୍ଟା କାଳ ପାଣି ପକାଇବା ପରେ ନିଆଁ ଆୟତ୍ତକୁ ଆସିଥିଲା। ପ୍ରାୟ ୫ ବର୍ଗ କିମି ଅଞ୍ଚଳ ପୋଡ଼ି ଯାଇଥିବା ଜଣାପଡ଼ିଛି। ନିକଟସ୍ଥ ବସ୍ତି ଲୋକେ ଜାଳେଣି କାଠ ପାଇଁ ଶୁଖିଲା କାଠ ଓ ପତ୍ର ଆଣିବାକୁ ଯାଇଥିବା ବେଳେ ଜଳନ୍ତା ବିଡ଼ି କିମ୍ବା ସିଗାରେଟ୍‌ ପକାଇ ଦେବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଠିକଣା ସମୟରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ସହଯୋଗ କରିବାରୁ ନିଆଁ ବସ୍ତିଆଡ଼କୁ ବ୍ୟାପି ପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe