ଓଫ୍‌ଡ୍ରା‌ରେ ଅଗ୍ନିଶମ ସେବା ସପ୍ତାହ

Advertisment
ଓଫ୍‌ଡ୍ରା‌ରେ ଅଗ୍ନିଶମ ସେବା ସପ୍ତାହ

ଭୁବନେଶ୍ବର: ଅଗ୍ନିଶମ ବିଭାଗକୁ ଅନ୍ତଃରାଷ୍ଟ୍ରୀୟସ୍ତରର କରାଯିବ। ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଯନ୍ତ୍ରପାତି କିଣାଯିବା ସହ ପୁରୁଣା ଗାଡ଼ିଗୁଡ଼ିକୁ ପରିବର୍ତ୍ତନ କରାଯାଇ ନୂତନ ଫାୟାର୍‌ ଫାଇଟିଂ ଗାଡ଼ି ଅଣାଯିବ। ଆଗ୍ନିକ ଓ ସିପାହୀମାନଙ୍କୁ ମଧ୍ୟ ଅତ୍ୟାଧୁନିକ ତାଲିମ୍‌ ମଧ୍ୟ ଦିଆଯିବ। ଅନ୍ତରାଷ୍ଟ୍ରୀୟସ୍ତରର ଫାୟାର୍‌ ଫାଇଟିଂ ଟିମ୍‌ ଗଠନ ହେବ। ଆଜି ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ(ଓଫ୍‌ଡ୍ରା)ଠାରେ ଅନୁଷ୍ଠିତ ଅଗ୍ନିଶମ ସେବା ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି।

ସେ ଆହୁରି କହିଥିଲେ ଯେ ସାରା ଦେଶରେ ଓଡ଼ିଶା ଅଗ୍ନିଶମ ବିଭାଗର କୌଶଳକୁ ଅନୁସରଣ କାଯାଉଛି। ପ୍ରାକୃତିକ ଦୁର୍ବିପାକ ହେଉ କି ସଡ଼କ ଦୁର୍ଘଟଣା କିମ୍ବା ଅଗ୍ନିକାଣ୍ଡ; ସବୁ ପରିସ୍ଥିତିକୁ ଆହ୍ବାନର ସହ ସାମ୍ନା କରି ଆମ ସଂସ୍ଥା ଅନେକ ସଫଳତା ହା‌ତେଇଛି। ଅନ୍ୟ ରାଜ୍ୟର ବିପତ୍ତି ସମୟରେ ମଧ୍ୟ ଓଡ଼ିଶା ଟିମ୍‌ ବାହାରକୁ ଯାଇ ପ୍ରଶଂସା ସାଉଁଟିଛି। ଅଗ୍ନିଶମ ଡିଜି ଅରୁଣ କୁମାର ରାୟ କହିଥିଲେ ଯେ ଅନ୍ୟ ରାଜ୍ୟର ସିପାହୀ ଏଠାକୁ ଆସି ତାଲିମ୍‌ ନେଉଛନ୍ତି। ଅଗ୍ନିଶମ ବିଭାଗର ଏଭଳି ସଫଳତା ରାଜ୍ୟ ପାଇଁ ଗର୍ବ ଆଣିଛି। ଏହି ଅବସରରେ ଚଳିତ ବର୍ଷ ପାଇଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ସର୍ବଶ୍ରେଷ୍ଠ ବିବେଚିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଡିଜି ଅଗ୍ନିଶମ ସେବା ସଂସ୍ଥା ସୌମ୍ୟା ମିଶ୍ର ଧନ୍ୟବାଦ ଦେଇଥିଲେ। ଆରକ୍ଷୀ ମହାନିରୀକ୍ଷକ ସେଫାନ୍‌ ଅହମ୍ମଦ କେ, ପୋରନ ସୋରେନଙ୍କ ସମେତ ବହୁ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅଗ୍ନିନିର୍ବାପନ ଓ ଉଦ୍ଧାର କୌଶଳ ଉପରେ ଏକ ଚିତ୍ତାକର୍ଷକ ଡେମୋନଷ୍ଟ୍ରେସନ୍‌ ପ୍ରଦର୍ଶନ କରାଯାଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe