ବିଜୁ ଶ୍ରମିକ ସାମ୍ମୁଖ୍ୟ ଭୁବନେଶ୍ବର କମିଟିର ପ୍ରଥମ ସମ୍ମିଳନୀ

Advertisment

ନବକିଶୋର ସଭାପତି ଓ ବିକ୍ରମ ସାଧାରଣ ସଂପାଦକ ନିର୍ବାଚିତ

ନବକିଶୋର ସଭାପତି ଓ ବିକ୍ରମ ସାଧାରଣ ସଂପାଦକ ନିର୍ବାଚିତ

ବିଜୁ ଶ୍ରମିକ ସାମ୍ମୁଖ୍ୟ ଭୁବନେଶ୍ବର କମିଟିର ପ୍ରଥମ ସମ୍ମିଳନୀ

India.com

ଭୁବନେଶ୍ବର: ବିଜୁ ଶ୍ରମିକ ସାମ୍ମୁଖ୍ୟ ଭୁବନେଶ୍ବର କମିଟିର ପ୍ରଥମ ସମ୍ମିଳନୀ ସାମ୍ମୁଖ୍ୟର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ବିଏମ୍‌ସି ‌ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଥିବା ‌ବେଳେ ଅତିଥି ଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ‌ଜେନା, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ସୁବାସ ସିଂ ପ୍ରମୁଖ ଉପସ୍ଥିତ ରହି ସଂଗଠନକୁ ଶକ୍ତିଶାଳୀ କରିବା ସହିତ ଶ୍ରମଜୀବୀମାନଙ୍କ ଦାବି ପୂରଣ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ। ଏଥିରେ ହିନ୍ଦ୍ ମଜଦୁର ସଭାର ସଂଯୁକ୍ତା ମହଲ, ବିଦ୍ୟୁତ୍ କର୍ମଚାରୀ ମହାସଂଘର ନେତା ରାଜୀବ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଦିବ୍ୟରଂଜନ ସେଠୀ ସମ୍ମିଳନୀର ସାଂଗଠନିକ ରିପୋର୍ଟ ପାଠ କରିଥିଲେ। ବିକ୍ରମ ନାୟକ, ଦେବେନ୍ଦ୍ର ମଲ୍ଲିକ, ଗୋବର୍ଦ୍ଧନ ପୃଷ୍ଟି, ସୁଦୀପ ମହାନ୍ତି, ରାଧାକାନ୍ତ ମାଝୀ, କଳ୍ପନା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ବିଜୁ ଶ୍ରମିକ ସାମ୍ମୁଖ୍ୟକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ। ୬୫ ଟ୍ରେଡ୍ ୟୁନିୟନ, ଆସୋସିଏସନର କର୍ମକର୍ତା ଓ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଶେଷରେ କର୍ମକର୍ତା ନିର୍ବାଚନ କରାଯାଇ ବିଶିଷ୍ଟ ଶ୍ରମିକ ନେତା ନବକିଶୋର ମହାନ୍ତିଙ୍କୁ ଭୁବନେଶ୍ବର ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି, ବିକ୍ରମ ନାୟକଙ୍କୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ କରାଯାଇଥିଲା। ଏଥିସହିତ ୪ ଜଣ ଉପସଭାପତି, ୬ ଜଣ ସଂପାଦକ, ୨ ଜଣ ସାଂଗଠନିକ ସଂପାଦକ, ୨ ଜଣ ଯୁଗ୍ମ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଏକ ୪୫ ଜଣିଆ କାର୍ଯ୍ୟକର୍ତା କମିଟି ମଧ୍ୟ ଗଠନ କରାଯା‌ଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe