ଭୁବନେଶ୍ବର: କବି ବୀରେନ୍ଦ୍ର ଚନ୍ଦ୍ର ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ସତ୍ୟସାଇ କମ୍ୟୁନିଟି ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଶ୍ରାଦ୍ଧବାର୍ଷିକୀରେ ଐତିହାସିକ ନିହାର ରଞ୍ଜନ ପଟ୍ଟନାୟକ, ଲେଖିକା ଇନ୍ଦିରା ଦତ୍ତ, ବଂଶୀଧର ଦେ, ରବି ପଟ୍ଟନାୟକ, କବିଙ୍କ ସହଧର୍ମିଣୀ ମୀନପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ମରଣିକା ‘ସ୍ମୃତି ସୁଧାରେ ବୀରେନ୍ଦ୍ର’ ଉନ୍ମୋଚନ କରିଥିଲେ।
ଏହି ଅବସରରେ ପରମବ୍ରହ୍ମ ଭଜନ ସଂନ୍ଧ୍ୟା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ମମିତା ମିଶ୍ର ପରିଚାଳନା କରିଥିଲେ।
Follow Us