ରାଜ୍ୟରେ ପ୍ରଥମ: ଯକୃତ ଶିରା ଅବରୋଧର ସଫଳ ଅସ୍ତ୍ରୋପଚାର

ରାଜ୍ୟରେ ପ୍ରଥମ: ଯକୃତ ଶିରା ଅବରୋଧର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର: ଏମ୍ସରେ ପ୍ରଥମ ଥର ପାଇଁ ଯକୃତକୁ ସଂଯୋଗ କରୁଥିବା ଶିରା ଅବରୋଧ(ଭେନ୍‌ ବ୍ଲକେଜ୍‌)ର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି। ରେଡିଓଲୋଜି ବିଭାଗର ସହକାରୀ ପ୍ରଫେସର ବିଶ୍ବଜିତ ସାହୁଙ୍କ ନେତୃତ୍ବରେ ଏହି ଚିକିତ୍ସା ପରେ ରୋଗୀ ସୁସ୍ଥ ହୋଇଛନ୍ତି। ଏମ୍ସର ନିର୍ଦେଶକ ପ୍ରଫେସର ଗୀତାଞ୍ଜଳି ବି କହିଛିନ୍ତି; ପୂର୍ବରୁ ଏହିଭଳି ଅସ୍ତ୍ରୋପଚାର ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା। ଏବେ ଏହା ଏମ୍ସରେ କରାଯିବା ଖୁସିର ବିଷୟ। ଏମ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଢେଙ୍କାନାଳର ଏହି ମହିଳା ରୋଗୀ ବଡଚିଆରି ସିଡ୍ରୋମ ରୋଗରେ ପୀଡ଼ିତ ହୋଇ ଏମ୍ସ ରେଡିଓଲୋଜି ବିଭାଗରେ ଚିକିତ୍ସାଧୀନ ଥିଲେ। ରୋଗ ଯୋଗୁଁ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇ ଯକୃତ ଅକାମୀ ହୋଇ ପଡ଼ିଥିଲା। ଅସ୍ତ୍ରୋପଚାର ପରେ ରକ୍ତ ପ୍ରବାହ ସ୍ବାଭାବିକ ହୋଇଛି ଏବଂ ରୋଗୀ ସୁସ୍ଥ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe