ଫାଣ୍ଡିରେ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା : ଜାରି ହେଲା ପ୍ରଥମ ସ୍କେଚ୍‌

Advertisment

ଆହୁରି ୪/୫ଟି ଫଟୋ ଜାରି ହେବ, ତଥାପି ହଟୁନି ସସ୍‌ପେନ୍ସ

ଆହୁରି ୪/୫ଟି ଫଟୋ ଜାରି ହେବ, ତଥାପି ହଟୁନି ସସ୍‌ପେନ୍ସ

ଫାଣ୍ଡିରେ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା : ଜାରି ହେଲା ପ୍ରଥମ ସ୍କେଚ୍‌

ଭୁବନେଶ୍ବର : ଯାଁଳା ଫାଣ୍ଡି ଭିତରେ ଜବତ ଗାଡ଼ିରେ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ଆଜି ପ୍ରଥମ ସ୍କେଚ୍ ଜାରି କରିଛି କମିସନରେଟ ପୁଲିସ। ବେଙ୍ଗାଲୁରୁର ଘରୋଇ ସଂସ୍ଥାରୁ ମୁହଁ ପୁନର୍ଗଠନ(ଫେସ୍ ରିକନଷ୍ଟ୍ରସନ୍)ର ଫଟୋ ପୁଲିସକୁ ମିଳିବା ପରେ ଏହାକୁ ଗଣମାଧ୍ୟମରେ ଜାରି କରାଯାଇଛି। ଏହା ଶତପ୍ରତିଶତ ମହିଳାଙ୍କ ଫଟୋ ନୁହେଁ। କେବଳ ଖପୁରି ଓ କଙ୍କାଳକୁ ଦେଖି ତିଆରି କରାଯାଇଛି। ଏହାର ପୋଷ୍ଟର ମଧ୍ୟ ତିଆରି ଚାଲିଛି। କଙ୍କାଳର ଉଚ୍ଚତା, ହାତରେ ପିନ୍ଧିଥିବା ମେଟାଲ୍ ଚୁଡ଼ି, ବଟଲ ଗ୍ରିନ୍ ରଙ୍ଗର ସ୍ବେଟର ଆଦିର ସୂଚନା ସହ ସ୍କେଚ୍‌ର ପୋଷ୍ଟର ତିଆରି କରାଯିବ। ଏହି ପୋଷ୍ଟରକୁ ପ୍ରଥମେ ଯାଁଳାର ଆଖପାଖ ଅଞ୍ଚଳରେ ଲଗାଯିବ। ପରେ ଏହାକୁ ଅନ୍ୟଆଡ଼େ ଲଗାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଆଗକୁ ମହିଳାଙ୍କର ଆହୁରି ୪ରୁ ୫ଟି ଫଟୋ ତିଆରି କରାଯିବ। ଖପୁରିରେ ମାଂସ ଲାଗିବେ ପରେ ମୁହଁ କେମିତି ଦେଖାଯାଉଛି, ତାହାକୁ ଆଧାର କରି ଫଟୋ ତିଆରି କରାଯିବ। ସେହି ଫଟୋଗୁଡ଼ିକ ମିଳିବା ପରେ ତାକୁ ମଧ୍ୟ ଜାରି କରାଯିବ। ମହିଳାଙ୍କ ପରିଚୟ ପାଇବା ଲାଗି ପୁଲିସ ସବୁ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ମହିଳାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ପରଦା ଉଠିପାରି ନାହିଁ। କେମିତି ମହିଳା ଗାଡ଼ି ଭିତରକୁ ଗଲେ, କିଏ ଡୋର୍ ଖୋଲିଲା, ତାଙ୍କୁ ହତ୍ୟା କରାଯିବା ପରେ ଗାଡ଼ି ଭିତରକୁ ନିଆଯାଇଛି ନା ଗାଡ଼ି ଭିତରେ ହତ୍ୟା କରାଯାଇଛି ସେ ନେଇ ତଦନ୍ତ ଜାରି ରହିଛି। ସେହିପରି ନିଖୋଜ ମାମଲାକୁ ପୁଲିସ ଅଧିକ ଗୁରୁତ୍ବ ଦେଇଛି। ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ ପୁଲିସ ପଚରାଉଚରା କରି ସାରିଲାଣି। କିନ୍ତୁ ମହିଳାଙ୍କ ସମ୍ପର୍କରେ ସୂଚନା ମିଳୁପାରୁ ନାହିଁ। ପରିଚୟ ମିଳୁ ନ ଥିବାରୁ ପ୍ରକୃତ ରହସ୍ୟ ପଦାକୁ ଆସିବା କଷ୍ଟକର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗଞ୍ଜାମ ରମ୍ଭା ଥାନା ପୁଲିସ ମହିନ୍ଦ୍ରା ଏକ୍ସୟୁଭି (ଓଡି୦୨-ଡି-୩୭୩୭) ଗାଡ଼ି ଜବତ କରିଥିଲା। ଏହାକୁ ଯାଁଳା ଫାଣ୍ଡିରେ ରଖା ଯାଇଥିଲା। ଗତ ଫେବ୍ରୁଆରି ୧୨ ତାରିଖରେ ଗାଡ଼ିର ମାଲିକ ଜାମିନ ବଳରେ ମୁକୁଳାଇବାକୁ ଆସି ଡୋର୍ ଖୋଲିବା ବେଳେ କଙ୍କାଳ ଦେଖିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe