ବିଜେଇଏମ୍‍ ସ୍କୁଲ-୨ରେ ଫିଟ୍‍ ଇଣ୍ଡିଆ ସପ୍ତାହ

Advertisment
ବିଜେଇଏମ୍‍ ସ୍କୁଲ-୨ରେ ଫିଟ୍‍ ଇଣ୍ଡିଆ ସପ୍ତାହ

ଭୁବନେଶ୍ୱର: ସ୍ଥାନୀୟ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ବୁଧବାର ଫିଟ୍‍ ଇଣ୍ଡିଆ ସପ୍ତାହ ପାଳନ ଆରମ୍ଭ ହୋଇଛି। ଉଦ୍‍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଚେୟାରମ୍ୟାନ୍‍ ରଘୁନାଥ ମିଶ୍ର ଫିଟ୍‍ ଇଣ୍ଡିଆ ପତାକା ଉତ୍ତୋଳନ କରିଥିଲେ।

ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା ଓ ଅଧ୍ୟକ୍ଷା କ୍ଷଣିକା ଦାସ ଫିଟ୍‍ ଇଣ୍ଡିଆ ସପ୍ତାହ ପାଳନର ମହତ୍ୱ ପ୍ରତିପାଦନ କରିଥିଲେ। କୋଭିଡ୍‍ ନିୟମ ଅଧୀନରେ ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀ, କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀ ଓ ଯୋଗ ଶିକ୍ଷକ ତଥା ଶିକ୍ଷୟିତ୍ରୀମାନେ ବିଭିନ୍ନ ଶାରିରୀକ ବ୍ୟାୟାମ, ଯୋଗାଭ୍ୟାସ ଏବଂ କ୍ରୀଡ଼ା ଆଦି ପ୍ରଦର୍ଶନ କରିଥିଲେ। ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଏଥରର କାର୍ଯ୍ୟକ୍ରମ ବିଶେଷ ଭାବେ ଆକର୍ଷଣୀୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe