କିଟ୍ ଓ କିସ୍’ରେ ଫିଟ୍‌ନେସ୍ ଡେ’, ହଜାରେ ପାଦ ଚାଲିଲେ

Advertisment
କିଟ୍ ଓ କିସ୍’ରେ ଫିଟ୍‌ନେସ୍ ଡେ’, ହଜାରେ ପାଦ ଚାଲିଲେ

ଚନ୍ଦ୍ରଶେଖରପୁର: ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ୍’ ଅବସରରେ ଆଜି କିସ୍‌ ପରିସରରେ ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ଅନୁଷ୍ଠାନର ଭୋଜନ କକ୍ଷରେ ଲାଗିଥିବା ୧୦ରୁ ଅଧିକ ଟିଭି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ହଜାରେ ପାଦ ଚାଲି ଫିଟ୍‌ନେସ୍ ଡେ ପାଳନ କରିଛନ୍ତି। ଆଜି ସକାଳୁ ଛାତ୍ରଛାତ୍ରୀମାନେ କିସ୍ ବିଶ୍ବବିଦ୍ୟାଳୟ ପରିସର‌ରୁ ବାହାରି ଶିଖରଚଣ୍ଡୀ ଛକ ଓ ପରେ କିମ୍‌ସ ଦେଇ ପୁଣି କ୍ୟାମ୍ପସ୍‌କୁ ଫେରିଥିଲେ। ସେହିଭଳି କିଟ୍ ବିଶ୍ବବିଦ୍ୟାଳୟ ପିଲାମାନେ କ୍ୟାମ୍ପସ୍ ୧୩ ସ୍ଥିତ ଷ୍ଟାଡିୟମରୁ ବାହାରି ବିଶ୍ବବିଦ୍ୟାଳୟର ସମସ୍ତ କ୍ୟାମ୍ପସ୍ ପରିଭ୍ରମଣ କରିଥିଲେ। ଏହି ଅବସରରେ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ ଓ ପରିଚାଳକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe