‘ଡ୍ରିମ ଗାର୍ଲ’ରୁ ନିଜ କ୍ୟାରିୟର ଆରମ୍ଭ କରି ଅନେକଙ୍କ ହୃଦୟର ରାଣୀ ସାଜିଥିଲେ ଅଭିନେତ୍ରୀ ପ୍ରିୟା ଚୌଧୁରୀ। ପରେ ଅନୁଭବଙ୍କ ବିପକ୍ଷରେ ଅଭିନୀତ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଅଭିମନ୍ୟୁ’ ଜରିଆରେ ସେ ଦର୍ଶକ ଗ୍ୟାଲେରିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ରୂପର ଯାଦୁ ଓ ଅଭିନୟର ପରାକାଷ୍ଠା ଦେଖାଇ ଚାଲିଥିବା ପ୍ରିୟା କୁହନ୍ତି, ମୁଁ ଶୁଦ୍ଧ ଶାକାହାରୀ। ଆମିଷ ଖାଏନି। ତା’ସହ ତେଲ, ମସଲାଯୁକ୍ତ ଖାଦ୍ୟ ଓ ରାଗ ବିଲ୍କୁଲ୍ ଖାଏ ନାହିଁ। ଏସବୁ ବାଦ୍ ମୁଁ ପ୍ରତିଦିନ ଅତିକମ୍ରେ ୮ଘଣ୍ଟା ଶୋଇବାକୁ ଚେଷ୍ଟା କରେ। ସବୁବେଳେ ଘରେ ପ୍ରସ୍ତୁତ ଖାଦ୍ୟ ଖାଉଥିବାରୁ, ମତେ ଜିମ୍ ଯିବାକୁ ପଡ଼େ ନାହିଁ। ମୋ ଖାଦ୍ୟରେ ମୁଁ ପ୍ରଚୁର ପରିମାଣରେ ପନିପରିବା ଓ ଫଳକୁ ସାମିଲ୍ କରିଛି। ଆପଣମାନେ ବି ସେମିତି କରିପାରିବେ। ଭଲ ଖାଇବା ଓ ଉପଯୁକ୍ତ ବିଶ୍ରାମ ଉପରେ ଆମ ଚେହେରାର ଉଜ୍ଜ୍ୱଳତା ନିର୍ଭର କରେ। ଆଜିକାଲିର ପ୍ରଦୂଷିତ ପରିବେଶରେ କେଶର ସ୍ୱତନ୍ତ୍ର ଯତ୍ନ ନେବା ଆବଶ୍ୟକ। କେଶରେ ଘିକୁଆଁରୀ, ଅଣ୍ଡା ଓ ଦହିର ଏକ ପ୍ୟାକ୍ ପ୍ରସ୍ତୁତ କରି ଲଗାଏ। କେଶ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us