ଓଡ଼ିଆ ଚଳଚ୍ଚିତ୍ର ଜଗତର ଖଳନାୟକ ଭାବେ କେକେ ତଥା କ୍ରିଷ୍ଣା କର ଦର୍ଶକଙ୍କ ମଧ୍ୟରେ ବେଶ୍ ପରିଚିତ। ନିଜର ନିଖୁଣ ଅଭିନୟ ତଥା ଆକର୍ଷଣୀୟ ଶରୀର ଓ ଚେହେରା ଯୋଗୁଁ ଦର୍ଶକଙ୍କ ମଧ୍ୟରେ ସେ ଖଳନାୟକରୁ ନାୟକ ସାଜିଛନ୍ତି। ସେ କୁହନ୍ତି, ଫିଟ୍ ରହିବା ପାଇଁ ସକାଳୁ ମୁଁ ସୂର୍ଯ୍ୟୋଦୟ ପୂର୍ବରୁ ଉଠେ। ସେଥିପାଇଁ ରାତିରେ ଯେତେ ବିଳମ୍ବରେ ଶୋଇଲେ ବି ସକାଳ ସାଢ଼େ ୫ଟାରେ ଉଠେ। ଯୋଗ, ପ୍ରାଣାୟମ କରିବା ସହ ପ୍ରତିଦିନ କଣ୍ଠସ୍ୱରର ଅଭ୍ୟାସ ଓ ଅଭିନୟ ଅଭ୍ୟାସ କରେ। କେବେ ଭାତ ଖାଏନି। ବରଂ ବ୍ରାଉନ୍ ରାଇସ୍ ଖାଏ। ଆମିଷ ମୋର ଅତିପ୍ରିୟ। ପ୍ରତିଦିନ ମାଛ, ମାଂସ, ଅଣ୍ଡା ବହୁତ ପରିମାଣରେ ଖାଏ। ଆମିଷ ଖାଇବା ଛଡ଼ା ମୁଁ ଯେମିତି କିଛି ଜାଣେ ନାହିଁ। କିନ୍ତୁ ସୂର୍ଯ୍ୟାସ୍ତ ପରେ ମୁଁ କିଛି ଖାଏ ନାହିଁ। ସଂଧ୍ୟା ୫ଟା ସୁଦ୍ଧା ମୋର ରାତ୍ର ଭୋଜନ ସରିଯାଏ। ରାତିରେ ଇଚ୍ଛା ହେଲେ ଜୁସ୍ ଓ ପାନୀୟଜାତୀୟ ଖାଦ୍ୟ ଗ୍ରହଣ କରେ। ସୂର୍ଯ୍ୟାସ୍ତ ପରେ ଖାଦ୍ୟ ଗ୍ରହଣ କଲେ ଏହା ଅନେକ ରୋଗର କାରଣ ହୁଏ। ତେଣୁ ସଂଧ୍ୟା ପରେ ନ ଖାଇବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତିି। ପୁଣି ପ୍ରତିଦିନ କିଛି ଶାରୀରିକ ବ୍ୟାୟାମ ଜରୁରି ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us