ସକାଳର ଆରମ୍ଭ ଗ୍ଲାସେ ପାଣି ଓ ୪ଟି ଆଲ୍‌ମଣ୍ଡରୁ ହୁଏ: ମୈତ୍ରୀ ମୋନାଲି

ସକାଳର ଆରମ୍ଭ ଗ୍ଲାସେ ପାଣି ଓ ୪ଟି ଆଲ୍‌ମଣ୍ଡରୁ ହୁଏ: ମୈତ୍ରୀ ମୋନାଲି

ନିକଟ ଅତୀତରେ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ ସହରରେ ଅନୁଷ୍ଠିତ ‘ମିସ୍‌ ଟିନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌-୨୦୧୮’ରେ ଅଂଶଗ୍ରହଣ କରି ‘ଶ୍ରେଷ୍ଠ ଜାତୀୟ ପୋଷାକ’ ଓ ‘ଶ୍ରେଷ୍ଠ ପ୍ରତିଭା-୨୦୧୮’ ଟାଇଟଲ୍‌ ଜିତିଛନ୍ତି ମୈତ୍ରୀ ମୋନାଲି ପ୍ରଧାନ। ମୈତ୍ରୀଙ୍କ ବୟସ ମାତ୍ର ୧୬। କିନ୍ତୁ ଉଚ୍ଚ ଅଭିଳାଷ, ଅଗାଢ଼ ପରିଶ୍ରମ ଓ ଦୃଢ଼ ମନୋବଳ ମଡେଲିଂ ଦୁନିଆରେ ତାଙ୍କ ପାଦକୁ ସୁଦୃଢ଼ କରିପାରିଛି। ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଥିବା ମୈତ୍ରୀ ଆଗକୁ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଯୋଗ ଦେବାକୁ ଇଚ୍ଛା ରଖିଛନ୍ତି। ‘ସମ୍ବାଦ’କୁ ଏକ ସାକ୍ଷାତକାରରେ ମୈତ୍ରୀ କହିଛନ୍ତି ଯେ ସଫଳତା ପଛରେ ତାଙ୍କ ଫିଟ୍‌ନେସର ଭୂମିକା ଅଧିକ ରହିଛି। ମୋନାଲି କୁହନ୍ତି, ନିଜକୁ ସୁସ୍ଥ ତଥା ଫିଟ୍‌ ରଖିବା ପାଇଁ ସେ ପ୍ରଚୁର ପାଣି ପିଅନ୍ତି। ଏକ ଗ୍ଲାସ୍‌ ପାଣି ଓ ୪ଟି ଆଲ୍‌ମଣ୍ଡ୍‌ ବାଦାମରୁ ତାଙ୍କର ଦିନ ଆରମ୍ଭ ହୋଇଥାଏ। ପ୍ରାତଃ ଭୋଜନରେ ସେ ଓଟସ୍‌ ଓ ଓମ୍‌ଲେଟ୍‌ ଖାଇବାକୁ ପସନ୍ଦ କରୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ବଏଲ୍‌ ଚିକେନ୍‌ ଓ ସବୁଜ ପନିପରିବା ଖାଇଥାନ୍ତି। ସ୍କୁଲରୁ ଫେରିଲେ ପ୍ରାୟ ଚୁଡ଼ା କଦଳୀ ଖାଆନ୍ତି। ରାତିରେ ରୁଟି, ସୁଜି ଆଦି ଘରୋଇ ଖାଦ୍ୟ ଖାଇଥାନ୍ତି। ଇଣ୍ଟର୍‌ନେଟ୍‌ରେ ବିଭିନ୍ନ ଭିଡିଓ ଦେଖି ସେ ଯୋଗ, ପ୍ରାଣାୟାମ ଅଭ୍ୟାସ କରନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe