ଫିଟ୍‌ ରହିବା ପାଇଁ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହେ: ପୁନମ ମିଶ୍ର

Advertisment
ଫିଟ୍‌ ରହିବା ପାଇଁ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହେ: ପୁନମ ମିଶ୍ର

ଓଲିଉଡ୍‌ର ଚୁଲବୁଲି ନାୟିକା ପୁନମ୍‌ ମିଶ୍ର। ‘ବାଇଶି ପାହାଚେ ଖେଳିବ ମୀନ’ ଚଳଚ୍ଚିତ୍ରରୁ ଅଭିନୟ ଜଗତରେ ପାଦ ଥାପିଥିଲେ। ଏହା ପରେ ସେ ଓଲିଉଡ୍‌କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। ବାବୁସାନ୍‌ଙ୍କ ବିପକ୍ଷରେ ଅଭିନୀତ ତାଙ୍କ ‘ଲଭ୍‌ ମାଷ୍ଟର’ ଚଳଚ୍ଚିତ୍ର ବେଶ୍‌ ଦର୍ଶକୀୟ ଆଦୃତ୍ତି ପାଇଛି। ‘ରକ୍‌ଷ୍ଟାର’ ଓ ‘ଫେସ୍‌ବୁକ୍‌’ ପରେ ବର୍ତ୍ତମାନ ତାଙ୍କର ନୂଆ ଚଳଚ୍ଚିତ୍ର ‘୪ ଇଡିଅଟ୍‌’ ସିନେପ୍ରେମୀଙ୍କ ମନ ଜିଣିଛି। ପୁନମ୍‌ ଅଭିନୟରେ ଯେତିକି ନିପୁଣ, ଦେଖିବାକୁ ମଧ୍ୟ ସେତିକି ସୁନ୍ଦର। ସେ କହନ୍ତି, ମୁଁ କୌଣସି ଡାଏଟ୍‌ ଉପରେ ବିଶ୍ୱାସ ରଖେ ନାହିଁ। ଠିକ୍‌ ସମୟରେ ଖାଦ୍ୟ ଖାଏ। ତା’ସହ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହେ। ପ୍ରଚୁର ପରିମାଣରେ ପାଣି ପିଏ, ଫଳ ଖାଏ ଓ ଖାଦ୍ୟରେ ବହୁତ ଘିଅ ଖାଏ। ଯାହା ମୋ ତ୍ୱଚାକୁ ଚମକ୍‌ ଦିଏ। ସେ କହନ୍ତି, ଫିଟ୍‌ ରହିବା ପାଇଁ ହେଲେ ନିଜ ମସ୍ତିଷ୍କକୁ ପ୍ରଥମେ ସୁସ୍ଥ ରଖିବା ପାଇଁ ପଡ଼ିବ। ତା’ ପାଇଁ ଡାଏଟ୍‌ ବଦଳରେ ଖାଇବା ପିଇବା ଠିକ୍‌ କରିବାର ଆବଶ୍ୟକତା ରହିଛି। ସଠିକ୍‌ ପରିମାଣରେ ଖାଦ୍ୟ ଖାଇଲେ ଜଣେ ନିହାତି ଭାବେ ସୁସ୍ଥ ଓ ଫିଟ୍‌ ରହିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe