ଫିଟ୍‌ନେସ୍‌ ମନ୍ତ୍ର, ଜିମ୍‌ ଯାଏ, ଓ୍ଵାର୍କଆଉଟ୍‌ କର: ରାଜ ରାଜେଶ

Advertisment
ଫିଟ୍‌ନେସ୍‌ ମନ୍ତ୍ର, ଜିମ୍‌ ଯାଏ, ଓ୍ଵାର୍କଆଉଟ୍‌ କର: ରାଜ ରାଜେଶ

ପରଦା ଉପରେ ସେ ଖଳନାୟକ। କିନ୍ତୁ ଦେଖିବାକୁ ଚକ୍‌ଲେଟ୍‌ ବଏ। ସ୍ୱଭାବ ବି ବିଲ୍‌କୁଲ୍‌ ଶାନ୍ତ। ‘ତୋ ଅଗଣାର ତୁଳସୀ ମୁଁ’ ଧାରାବାହିକର ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ରାଜ ରାଜେଶ ଫିଟ୍‌ନେସ୍‌କୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ସେ କୁହନ୍ତି, ମୁଁ ଖାଇବା ପିଇବା ଉପରେ ବହୁତ ଧ୍ୟାନ ଦିଏ। ବାହାରର ତେଲ, ମସଲା ଯୁକ୍ତ ଖାଦ୍ୟରୁ ଯେତେ ଦୂର ସମ୍ଭବ ଦୂରେଇ ରହେ । ବଏଲ୍‌ଡ ଖାଦ୍ୟ, ବ୍ରାଉନ ବ୍ରେଡ୍‌, ବ୍ରାଉନ ରାଇସ୍‌, ରୁଟି ଓ ଫଳ ଖାଇବାକୁ ପସନ୍ଦ କରେ। ନିତିଦିନିଆ ଜୀବନରେ ଜିମ୍‌ ମୋ ସହ ଅଙ୍ଗାଙ୍ଗୀ ଜଡ଼ିତ। ଜିମ୍‌ ଯିବା ସହ ଯଥା ସମ୍ଭବ ଓ୍ଵାର୍କଆଉଟ କରିଥାଏ। ସାଇକେଲ୍‌ ଚଲାଇବା ସହ ପ୍ରାତଃଭ୍ରମଣ କରିବାକୁ ପସନ୍ଦ କରେ। କିନ୍ତୁ ଯେଉଁମାନେ ଅଭିନୟ କରନ୍ତିନି ବା ସାଧାରଣ ମଣିଷ ସେମାନେ ବି ନିଜ ଶରୀର ପ୍ରତି ସଚେତନ ହେବା ଆବଶ୍ୟକ। ପାଟିକୁ ରୁଚିଲା ଭଳି ନୁହେଁ ଦେହ ପାଇଁ ଭଲ ଥିବା ଖାଦ୍ୟ ଖାଇବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe