ପୁରୀରୁ ଧରାପଡ଼ିଲେ ୫ ବ୍ରାଉନ୍‌ସୁଗାର୍‌ ବେପାରୀ

Advertisment

ମାଷ୍ଟର୍‌ମାଇଣ୍ଡ ଭୁବନେଶ୍ବରରେ, ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ମାଷ୍ଟର୍‌ମାଇଣ୍ଡ ଭୁବନେଶ୍ବରରେ, ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ପୁରୀରୁ ଧରାପଡ଼ିଲେ ୫ ବ୍ରାଉନ୍‌ସୁଗାର୍‌ ବେପାରୀ

ପୁରୀ : ପୁରୀ ସହରକୁ ବ୍ରାଉନ୍‌ସୁଗାର୍‌ ଯୋଗାଉଥିବା ୫ ଜଣ ବେପାରୀଙ୍କୁ ଧରିଛି ନବଗଠିତ ଏସ୍‌ଟିଏଫ୍‌ ଟିମ୍‌। ସେମାନଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର, ଦାମୀ ବାଇକ୍‌, ଇନୋଭା କାର୍‌, ମୋବାଇଲ ଫୋନ୍‌ ସମେତ ଏଟିଏମ୍‌ କାର୍ଡ ପୁଲିସ ଜବତ କରିଛି। ଏ ନେଇ ବଳିଆପଣ୍ଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଧରାପଡ଼ିଥିବା ୫ ଜଣ ବେପାରୀଙ୍କୁ କୋର୍ଟ ଚାଲାଣ କରିଛି।

ଏ ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା କହିଛନ୍ତି ଯେ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ଭୁବନେଶ୍ବର ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରାର ବବୁଲ ଓରଫ ସୁବ୍ରତ ଖୁଣ୍ଟିଆ। ସେ ଏହି ବ୍ୟବସାୟ ପୋଖରୀପୁଟ ଅଞ୍ଚଳରେ ରହୁଥିବା ଟୁଟୁ ଓରଫ ଧୀରେନ୍ଦ୍ର ସାହୁ ସହାୟତାରେ ଚଳାଏ। ସେହିପରି ଡୁମୁଡୁମାର ସାନ ଓରଫ ମାଧବ ମଣ୍ଡଳ ଏବେ ବେପାର ଆଗେଇ ନେବାରେ ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଖୁଣ୍ଟାପଲ୍ଲିର ଆଦି ଓରଫ ଆଦିତ୍ୟନାରାୟଣ ସ୍ବାଇଁ ଓ ସରକନ୍ତରାର ଗୁଡ଼ୁ ଓରଫ ସୁରଜ ପରିଡ଼ା ଦୁହେଁ ବ୍ରାଉନ୍‌ସୁଗାର ନେବାଆଣିବାରେ ସହାୟତା କରନ୍ତି। ଏହି ଗ୍ୟାଙ୍ଗ ଦୀର୍ଘ ଦିନ ଧରି ପୁରୀରେ ପୁଲିସ ଆଖିରେ ଧୂଳି ଦେଇ ବ୍ରାଉନ୍‌ସୁଗାର ଯୋଗାଣ କରି ଆସୁଥିଲେ। ତେବେ ଏହି ଗ୍ୟାଙ୍ଗ ସମ୍ପର୍କରେ ଏସ୍‌ଟିଏଫ୍‌କୁ ତଥ୍ୟ ମିଳିବା ପରେ ଦୀର୍ଘ ୧୫ ଦିନ ଧରି ଏହି ଗ୍ୟାଙ୍ଗ ଉପରେ ନଜର ରଖା ଯାଇଥିଲା। ଗତକାଲି ଏହି ଗ୍ୟାଙ୍ଗ ପୁରୀକୁ ବ୍ରାଉନସୁଗାର ନେଇ ଓଆର୍‌-୦୨-ଏଏମ୍‌-୯୪୯୬ ନମ୍ବର ବିଶିଷ୍ଟ ଏକ ଇନୋଭା ଗାଡ଼ିରେ ଆସୁଥି‌ବା ଖବର ପାଇ ବଳିଆପଣ୍ଡା ଥାନା ଆଇଆଇସି କୁଳମଣୀ ସେଠୀ ସଦଳବଳେ ବାଇପାସ୍‌ ରାସ୍ତାରେ ଚଢ଼ଉ କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe