ବାରଙ୍ଗ ବ୍ଲକରୁ ଆଉ ୫ ପଜିଟିଭ୍‌ ଚିହ୍ନଟ

Advertisment

ଆକ୍ରାନ୍ତଙ୍କ ପରିବାରକୁ ତଡ଼ିଦେଲେ ଘରମାଲିକ

ଆକ୍ରାନ୍ତଙ୍କ ପରିବାରକୁ ତଡ଼ିଦେଲେ ଘରମାଲିକ

ବାରଙ୍ଗ ବ୍ଲକରୁ ଆଉ ୫ ପଜିଟିଭ୍‌ ଚିହ୍ନଟ

Outlook India

ବାରଙ୍ଗ : ବାରଙ୍ଗ ଅଞ୍ଚଳରୁ ଆଜି ଗୋଟିଏ ଦିନରେ ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମୁଣ୍ଡଳୀ, ଦାଢ଼ାପାଟଣା ଓ ଖଲର୍ଦ୍ଧା ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବା ବେଳେ ମଧୁପୁର ପଞ୍ଚାୟତ ଚଣ୍ଡୀପ୍ରସାଦ ଗ୍ରାମରୁ ଜଣେ ଦମ୍ପତି ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ ପରିବାରକୁ ସଂଗରୋଧରେ ରହିବା ପାଇଁ କୁହାଯାଇଛି। ତେବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ମୁଣ୍ଡଳୀ ସରପଞ୍ଚ ଶ୍ରୀକାନ୍ତ ଜେନା ପଞ୍ଚାୟତକୁ ଆସନ୍ତା ସୋମବାର ରାତି ୧୨ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଆକ୍ରାନ୍ତଙ୍କ ପରିବାରକୁ ତଡ଼ିଦେଲେ ଘରମାଲିକ
ବାଲିଅନ୍ତା : ବାଲିଅନ୍ତା ପଞ୍ଚାୟତ ଅଞ୍ଚଳରେ ଜଣେ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ପରେ ତାଙ୍କ ପରିବାରକୁ ଘର ମାଲିକ ତଡ଼ି ଦେଇଛନ୍ତି। ଆକ୍ରାନ୍ତ ଯୁବକଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ ପରେ ନିଷ୍ଠୁର ଘର ମାଲିକ ଉକ୍ତ ପରିବାରକୁ ଜୋର୍‌ କରି ବାହାର କରିଦେଇଛନ୍ତି। ଫଳରେ ଉକ୍ତ ପରିବାର ପ୍ରଥମେ ପଞ୍ଚାୟତ ବାରଣ୍ଡାରେ ଓ ପରେ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କିଛି ଲୋକ କରୋନା ଆକ୍ରାନ୍ତଙ୍କ ପରିବାରକୁ ତଡ଼ିବା ଠିକ୍‌ ହୋଇଛି ବୋଲି କହୁଥିବା ବେଳେ କିଛି ଲୋକ ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି।

ସୂଚନାନୁସାରେ, ଉକ୍ତ ପରିବାରଟି ଢ଼େଙ୍କାନାଳରୁ ଆସି ଏଠାରେ ଭଡ଼ାରେ ରହୁଥିଲେ। ଆକ୍ରାନ୍ତ ଯୁବକଜଣକ ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। କିଛି ଦିନ ହେଲା ଯୁବକଜଣକ ଥଣ୍ଡାରେ ପୀଡ଼ିତ ହେବା ପରେ ତାଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିଲା ଓ ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ତେଣୁ ଆଜି ଯୁବକଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏହି ଘଟଣା ପ୍ରଚାର ହେବା ପରେ କିଛି ସ୍ଥାନୀୟ ଲୋକେ ଉକ୍ତ ପରିବାର ଉପରେ ବର୍ଷିଥିଲେ। କରୋନା ସଂକ୍ରମଣ ପାଇଁ ତାଙ୍କ ପରିବାରକୁ ଦାୟୀ କରିଥିଲେ। ତେଣୁ ଘର ମାଲିକ ସେମାନଙ୍କ କଥାରେ ପଡ଼ି ତୁରନ୍ତ ଘର ଛାଡ଼ିବାକୁ ବାଧ୍ୟ କରିଥିଲେ। ବର୍ଷା ଲାଗି ରହିଥିବା ଦର୍ଶାଇ ସେମାନେ ଯେତେ କାକୁତି ମିନତି ହୋଇଥିଲେ ବି ଘର ମାଲିକଙ୍କ ହୃଦୟ ତରଳି ନଥିଲା। ଏମିତିକି ନୂଆ ଠିକଣା ଖୋଜିବା ପାଇଁ ସେମାନଙ୍କୁ ଗୋଟିଏ ଦିନ ସମୟ ଦେବାକୁ ମଧ୍ୟ ଘର ମାଲିକ ରାଜି ହୋଇ ନଥିଲେ। ଶେଷରେ ଯୁବକଙ୍କ ବାପା ମାଆ ଓ ସାନଭାଇ କିଛି ଜରୁରି ଜିନିଷପତ୍ର ଧରି ବାଲିଅନ୍ତା ପଞ୍ଚାୟତ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ଲୋକମାନେ ଏ ସଂପର୍କରେ ସରପଞ୍ଚ ଓ ବିଡିଓଙ୍କୁ ଫୋନ କରି ଜଣାଇବାରୁ ବିଡିଓ ଆଦିକନ୍ଦ ବେହରାଙ୍କ ପରାମର୍ଶ କ୍ରମେ ସରପଞ୍ଚ ତାଙ୍କୁ ପଞ୍ଚାୟତ ସଂଗରୋଧରେ ଆଶ୍ରୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe