୫ ଡକାୟତଙ୍କୁ କାବୁ କଲା ପୁଲିସ

ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିଲେ, ଖଣ୍ଡା, ରଡ୍‌ ଓ ବାଇକ୍‌ ଜବତ

୫ ଡକାୟତଙ୍କୁ କାବୁ କଲା ପୁଲିସ

ଭୁବନେଶ୍ୱର : ମଙ୍ଗଳବାର ରାତିରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ଡକାୟତ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ କାବୁ କରିଛି। ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ସେମାନେ ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନେ ହେଲେ ବଡ଼ଦାଣ୍ଡ ସାହିର ରାଜେଶ ମହାପାତ୍ର(୪୭), ନାଗେଶ୍ବର ଟାଙ୍ଗୀର ଆଲୋକ ନାୟକ(୩୩), କପିଳେଶ୍ବରର ଅମଲ ମଲିଆ(୨୮), ଭାରତୀ ମଠସାହିର ବାଟୁ ବେହେରା(୪୭) ଓ ଖୋର୍ଦ୍ଧା ଭାଲିଆବାଡ଼ିର ବିକ୍ରମ ବେହେରା ଓରଫ୍‌ ବିକି(୧୯)। ପୁଲିସ ସେମାନଙ୍କଠାରୁ ଖଣ୍ଡା, ଲୁହା ରଡ୍‌ ଭଳି ମାରଣାସ୍ତ୍ର ଜବତ କରିଛି।

ସୂଚନାନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଶୁଆଶାରି ଦେଉଳ ନିକଟରେ ଏକ ନିଛାଟିଆ ସ୍ଥାନରେ ଏହି ଗ୍ୟାଙ୍ଗ୍‌ ଏକାଠି ହୋଇଥିଲେ। ଆଉ କିଛି ସମୟ ପରେ ସେମାନେ ଟାଗ‌େର୍ଟ୍‌ କରିଥିବା ଜନୈକ ବ୍ୟକ୍ତିଙ୍କ ଘରେ ପଶି ଲୁଟ୍‌ପାଟ୍‌ କରିବା ଯୋଜନା କରିଥିଲେ। ମାତ୍ର କୌଣସି ସୂତ୍ରରୁ ପୁଲିସ ନିକଟରେ ଏହି ଖବର ପହଞ୍ଚି ଯାଇଥିଲା। ଖବର ପାଇବା ମାତ୍ରେ ଏସ୍ଆଇ ଜ୍ୟୋସ୍ନାମୟୀ ବରାଳ ଓ ଏଏସ୍ଆଇ ଅମରେନ୍ଦ୍ର ସ୍ବାଇଁ ଏକ ସଶସ୍ତ୍ର ଟିମ୍‌ ନେଇ ଉକ୍ତ ସ୍ଥାନକୁ ଘେରି ଯାଇଥିଲେ। ପୁଲିସର ଅତର୍କିତ ଚଢ଼ଉ ବାବଦରେ ସେମାନେ ଟେର୍ ପାଇ ପାରିନ ଥିଲେ। ତେଣୁ ପୁଲିସ ଗ୍ୟାଙ୍ଗ୍‌ର ୫ ଜଣ ଡକାୟତଙ୍କୁ ମାଡ଼ି ବସିବା ସହ ସମସ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe