କୋଭିଡ୍‌ ପରୀକ୍ଷା କେନ୍ଦ୍ରରେ ପଶିଲା ପାଣି

Advertisment
କୋଭିଡ୍‌ ପରୀକ୍ଷା କେନ୍ଦ୍ରରେ ପଶିଲା ପାଣି

ବାଲିଅନ୍ତା : ଭାର୍ଗବୀ ନଦୀର ବନ୍ୟାପାଣି ଆଜି ସରଦେଇପୁରସ୍ଥିତ ଡାକବଙ୍ଗଳା ଭିତରେ ପଶି ଯାଇଥିଲା। ଫଳରେ ସେଠାରେ ଚାଲୁଥିବା କୋଭିଡ୍‌ ପରୀକ୍ଷା ବନ୍ଦ କରାଯାଇଥିଲା। କୋଭିଡ୍‌ ଟେ‌ଷ୍ଟ ପାଇଁ ଆସିଥିବା ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରୀକ୍ଷା କେନ୍ଦ୍ର ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକମାନେ ପହଞ୍ଚି ପରୀକ୍ଷା କରାଇଥିଲେ।

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଆଜି ମୋଟ ୪୦ଜଣ ଲୋକ କୋଭିଡ୍‌ ପରୀକ୍ଷା କରିଥିଲେ। ସେମାନଙ୍କ ଭିତରୁ ୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ଆକ୍ରାନ୍ତ ବାଳକାଟି ଅଞ୍ଚଳର ହୋଇଥିବା ବେଳେ ଆଉ କିଛି ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତର ବୋଲି କୁହାଯାଉଛି। ଏହାଛଡ଼ା ବାହାର ଅଞ୍ଚଳର ଲୋକମାନେ ମଧ୍ୟ କୋଭିଡ୍‌ ଟେଷ୍ଟ କରାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe