କାଜ ସଟର୍‌ ଖୋଲିବାକୁ ନେଇ ଉତ୍ତେଜନା

Advertisment
କାଜ ସଟର୍‌ ଖୋଲିବାକୁ ନେଇ ଉତ୍ତେଜନା

ବାଲିଅନ୍ତା : ବଇଁଚୁଆ କାଜର ସଟର୍‌ ଖୋଲି ମାଛ ଧରିବାକୁ କେନ୍ଦ୍ର କରି ଆଜି ଉତ୍ତେଜନା ପ୍ରକାଶ ପାଇଛି। ଅପରାହ୍‌ଣ ପ୍ରାୟ ୪ଟା ବେଳେ ଗ୍ରାମର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବିପଦ ସଙ୍କେତ ନିକଟରେ ଥିବା ସଟର୍‌ ଖୋଲି ମାଛ ଧରିବାକୁ ଉଦ୍ୟମ କରିଥିଲେ। ତେବେ ସଟର୍‌ ଖୋଲା ହେବା ଯୋଗୁଁ ଧନୁଆ ବନ୍ୟାପାଣି ବୃଦ୍ଧି ପାଇ ଗାଁ ଭିତରେ ପାଣି ପଶିଯିବା ସହ ଚାଷଜମି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଦେଖାଦେଇଥିଲା। ଏହି ଖବର ପ୍ରଘଟ ହେବା ପରେ ତଳିଆ ଗ୍ରାମର ଶତାଧିକ ଲୋକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଭୁବନପୁର ଜଳସେଚନ ସେକ୍ସନ୍‌ ସହକାରୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ଫଳ ମିଳି ନଥିଲା। ପରେ ବାଲିଅନ୍ତା ଥାନା ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟପକ୍ଷଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ, କୁଶଭଦ୍ରା ବନ୍ୟାପାଣି ବିପଦ ସଙ୍କେତ ଟପିଲେ ସଟର୍‌ ଆପଣାଛାଏଁ ପଡ଼ିଯାଏ। ହେଲେ ସଂପୃକ୍ତ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ କାଜ ଉପରୁ ମାଛ ଧରିବା ପାଇଁ ବାରମ୍ବାର ସଟର୍‌ ଖୋଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe