ଭୁବନେଶ୍ୱର : ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ ମଳିତ ସହଯୋଗରେ ଆଜି ଭାରତୀୟ ବିଦ୍ୟାଭବନଠାରେ ଲୁପ୍ତପ୍ରାୟ ପଶ୍ଚିମାଞ୍ଚଳ ଲୋକଗୀତ ପରିବେଷିତ ହୋଇଯାଇଛି। ବଲାଙ୍ଗୀର କୋଶଳ ଫୋକ୍ ଏକାଡେମି ପକ୍ଷରୁ ହଜି ଯାଉଥିବା ଅନେକ ସମ୍ବଲପୁରୀ ଗୀତ ଏଥିରେ ପରିବେଷିତ ହୋଇଥିଲା। କଣ୍ଠଶିଳ୍ପୀ ନବୀନ କୁଅଁର ଓ ସାଥୀମାନେ ଏହାକୁ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ଣ୍ଣେଲ ପି.କେ. ସାହୁ, ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ମେଜର ଜେନେରାଲ ବି କେ ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଶାସକ ସୁନ୍ଦର ରାଜନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ମନ୍ମଥ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us