ଫୁଡ୍‌ ବ୍ଲଗର୍‌ ଗଢ଼ିଲେ ‘ଓଡ଼ିଶା ଆଭା’

Advertisment
ଫୁଡ୍‌ ବ୍ଲଗର୍‌ ଗଢ଼ିଲେ ‘ଓଡ଼ିଶା ଆଭା’

ଭୁବନେଶ୍ୱର: ଓଡ଼ିଶାର ଖାଦ୍ୟ, ସଂସ୍କୃତି ଓ ପରମ୍ପରାକୁ ସମଗ୍ର ବିଶ୍ୱରେ ପରିଚିତ କରାଇବା ପାଇଁ ସୋସିଆଲ ମିଡିଆରେ ଫୁଡ ବ୍ଲଗ ତିଆରି କରୁଥିବା ବ୍ଲଗରମାନେ ଏକାଠି ହୋଇଛନ୍ତି। ଆଜି ‘ଓଡ଼ିଶା ଆଭା’ ନାମକ ଏକ ସଂଘ ଗଢ଼ିବା ସହ ସଂଘର ଲୋଗୋ ଲୋକାର୍ପିତ ହୋଇଛି। ଲୋହିଆ ଏକାଡେମିରେ ଆୟୋଜିତ ଏହି ସମାରୋହରେ ୨୦ରୁ ଊର୍ଦ୍ଧ୍ୱ ଫୁଡ୍‌-ବ୍ଲଗର୍‌ ଓଡ଼ିଆ ବ୍ୟଞ୍ଜନ ଯଥା ବିଭିନ୍ନ ପ୍ରକାରର ପିଠା, ମିଠା, ତରକାରୀ ଆଦି ପରିବେଷଣ କରିଥିଲେ। ଏହି ସଂସ୍ଥା ବିଭିନ୍ନ ସାମାଜିକ ଗଣମାଧ୍ୟମ ଯଥା ୟୁଟ୍ୟୁବ, ଇନ୍‌ଷ୍ଟାଗ୍ରାମ୍‌, ଫେସବୁକ୍‌ ଆଦି ମାଧ୍ୟମରେ ଓଡ଼ିଆ ଖାଦ୍ୟକୁ ପ୍ରଚାରପ୍ରସାର କରୁଥିବା ବେଳେ ଭବିଷ୍ୟତରେ ଆହୁରି ଅନେକ ସଦସ୍ୟ ସଂସ୍ଥା ସହିତ ଯୋଡ଼ି ହେବେ ବୋଲି ସଂସ୍ଥାର ସଦସ୍ୟମାନେ ଆଶା ରଖିଛନ୍ତି।

କାର୍ଯ୍ୟକ୍ରମରେ ଓଡ଼ିଆ ଫୁଡ୍‌-ବ୍ଲଗର୍‌ ଉପାସନା ମହାନ୍ତି, ବିନ୍ଧ୍ୟବାସିନୀ ଜେନା, ବିଦୁଲତା ଜେନା, ଧୀରେନ୍‌ ସ୍ୱାଇଁ, ଶୁଭ୍ରାଂଶୁସ୍ବରୂପ ମହାପାତ୍ର, ଜ୍ୟୋତିପ୍ରଭା ଦାସ, ବିଶ୍ୱଜିତା ମହାନ୍ତି, ନାଜ୍ନିନ ଶଫ୍‌ଗୁପ୍ତା, ପ୍ରିୟଙ୍କା ରାୟ, ବିନିତା ମଙ୍ଗରାଜ, ଇଲା କାନୁନ୍‌ଗୋ, ସ୍ୱର୍ଣ୍ଣଲତା ବେହେରା, ମାମିନା ମହାନ୍ତି, ବିନୋଦିନୀ ବେହେରା, କୋମଲ ସୁବୁଦ୍ଧି, ସସ୍ମିତା ନାୟକ, ଶିବାଶିଷ ଗୁରୁଙ୍କ ପରି ପ୍ରମୁଖ ଫୁଡ୍‌-ବ୍ଲଗର୍‌ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe