ଆଜିଠାରୁ ସଂଧ୍ୟାରେ ଖାଦ୍ୟ ଯାଞ୍ଚ ଆରମ୍ଭ

Advertisment
ଆଜିଠାରୁ ସଂଧ୍ୟାରେ ଖାଦ୍ୟ ଯାଞ୍ଚ ଆରମ୍ଭ

ଭୁବନେଶ୍ବର : ରାଜଧାନୀରେ ଆଜିଠାରୁ ସନ୍ଧ୍ୟାରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟର ଯାଞ୍ଚ ଆରମ୍ଭ ହୋଇଛି। ରାମ ମନ୍ଦିର ଛକ ଓ ଏହାର ଆଖପାଖରେ ବିକ୍ରି ହେଉଥିବା ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ କରାଯାଇଛି। ବିଶେଷକରି ଆମିଷ ବିକ୍ରି କରୁଥିବା ଦୋକାନୀମାନଙ୍କ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଯେଉଁ ଦୋକାନୀମାନେ ଖାଦ୍ୟରେ ଅଧିକ ମାତ୍ରରେ ରଂଗ ମିଶାଉଥିବା ଜଣାପଡ଼ିଥିଲା ସେମାନଙ୍କୁ ତାଗିଦ୍ କରାଯାଇଛି।

ରାଜଧାନୀରେ ପ୍ରଥମଥର ଲାଗି ସନ୍ଧ୍ୟାରେ ଏଭଳି ଖାଦ୍ୟ ଯାଞ୍ଚ ହୋଇଛି। ନଗର ସ୍ବାସ୍ଥ୍ୟ ଅଧିକାରୀ ଡା.ରାମଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଏକ ୮ଜଣିଆ ଟିମ୍ ଏହି ଯାଞ୍ଚ କରିଥିଲା। ଡା.ରାଉତଙ୍କ ସୂଚନା ଅନୁଯାୟୀ, ଆଜି ରାମ ମନ୍ଦିର ଛକ ନିକଟରେ ଥିବା ଗଳି, ଖାଓ ଗଳିରେ ଯାଞ୍ଚ ହୋଇଛି। ଯାଞ୍ଚ ସମୟରେ ଦୋକାନୀମାନେ ଖାଦ୍ୟରେ ରଂଗ ମିଶାଉଥିବା ଜଣାପଡ଼ିଥିଲା। ସେସବୁ ଦୋକାନୀମାନଙ୍କ ନିକଟରେ ଥିବା ରଂଗ ଓ ଅନ୍ୟାନ୍ୟ ଇନ୍‌ଗ୍ରେଡିଏଣ୍ଟଗୁଡ଼ିକୁ ନଷ୍ଟ କରି ଦିଆଯାଇଛି। ଏହାସହ ଦୋକାନୀମାନେ ଅଟା ବଦଳରେ ଅଧିକ ମାତ୍ରାରେ ମଇଦା ବ୍ୟବହାର କରୁଥିବା ଜଣାପଡ଼ିଛି। ସେଥିପାଇଁ ଦୋକାନୀଙ୍କୁ ତାଗିଦ୍ କରାଯାଇଛି। ଦୋକାନୀମାନେ ଦୋକାନ ସମ୍ମୁଖରେ ନିଜର ଲାଇସେନ୍‌ସ ଟାଙ୍ଗିବାକୁ କୁହାଯାଇଛି। ଗ୍ରାହକଙ୍କୁ ଭଲ ପାଣି ଦେବାକୁ ନିର୍ଦେଶ ଦିଆଯାଇଛି। ଆଗାମୀ ଦିନରେ ସନ୍ଧ୍ୟାରେ ଏଭଳି ଯାଞ୍ଚ ଜାରି ରହିବ। ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ଫୁଡ୍ ସେଫ୍‌ଟି ଅନ ହ୍ବିଲ୍‌ସ୍ ଭ୍ୟାନ୍ ଜରିଆରେ ଖାଦ୍ୟ ଯାଞ୍ଚ କରାଯିବ ବୋଲି ଡା.ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe