କ୍ୟାପିଟାଲ ହସ୍ପିଟାଲ ପରିସରରେ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ

Advertisment
କ୍ୟାପିଟାଲ ହସ୍ପିଟାଲ ପରିସରରେ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ

ଭୁବନେଶ୍ବର: ଟିମ୍‌ ହ୍ୟୁମାନିଟି ସୁଖ ଦୁଃଖର ସାଥି ପରିବାର ତରଫରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ବାଧୀନତା ଦିବସ ଅବସରରେ ସୋମବାର ଦିନ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଏହା ସହିତ ଯାତାୟାତ କରୁଥିବା ଲୋଲଙ୍କୁ ସ୍ଵାଧୀନତା ଦିବସରେ ଅଭିନନ୍ଦନ ଜଣାଇବା ସହ ଫେସ୍ ତିରଙ୍ଗା କଲର କରାଯାଇଥିଲା ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲୁଥିବା ମାନସିକ ବିକୃତଙ୍କୁ ମଧ୍ୟ ବୁଲି ବୁଲି ଖାଦ୍ୟ ବଣ୍ଟନ କରାଯାଇଥିଲା ଏଥିରେ ଟିମର ପ୍ରାୟ ୨୦ରୁ ଅଧିକ ସଦସ୍ୟ ସହଯୋଗ କରିଥିଲେ। ଏହା ସହ ଖାଲି ସ୍ଵାଧୀନତା ଦିବସରେ ନୁହେଁ ପ୍ରତ୍ୟେକ ଦିନ ସମସ୍ତ ବର୍ଗର ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗର ଆବଶ୍ୟକତା ରହିଛି। ଏଥିରେ ଯୁବ ପିଢ଼ିଙ୍କ ଅବଦାନ ଆବଶ୍ୟକ ରହିଛି ନିଶା ପାଣି ଛାଡି ସତ୍ ମାର୍ଗରେ ସମସ୍ତେ ଜାଗ୍ରତ ହେଲେ ହିଁ ଓଡିଶାରୁ ଦୈନିକ ସମସ୍ୟା କିଛି ଦୂର ହେବ ବୋଲି ଟିମର ମୁଖ୍ୟ ନାରାୟଣ ସାହୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe