‘ଖାଦ୍ୟ ଆମର ଔଷଧ ହେଉ, ଔଷଧ ଆମର ଖାଦ୍ୟ ନହେଉ’

Advertisment
‘ଖାଦ୍ୟ ଆମର ଔଷଧ ହେଉ, ଔଷଧ ଆମର ଖାଦ୍ୟ ନହେଉ’

ଭୁବନେଶ୍ୱର : ନିଶ୍ଚିତ ମୃତ୍ୟୁର ଜ୍ଞାନ ଥାଇ ସୁଦ୍ଧା ମାନବର ଦୀର୍ଘ ଜୀବନ କାମନା ସବୁଠାରୁ ଆଶ୍ଚର୍ଯ୍ୟଜନକ। ଏହାକୁ ସୁଶ୍ରୀ ସୁମିତା ପତ୍ରୀ ‘ଜୀବେତୁ ଶରଦଂଶତମ୍‌’ରେ ଖୁବ୍‌ ପ୍ରାଞ୍ଜଳ ଭାବେ ବୁଝାଇଛନ୍ତି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜାପାନ ହେଉଛି ଶତାୟୁ ବ୍ୟକ୍ତିଙ୍କ ଦେଶ ଏବଂ ଦୀର୍ଘଦିନ ଜୀବିତ ରହୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା।

ସେହିପରି ‘ବିଶ୍ୱରେ ବିରଳ ଜଗା-ବଳିଆ’ରେ ଡ଼ା ବନୋଜ କୁମାର ରାୟ ଜଗା-ବଳିଆଙ୍କ ଜନ୍ମରୁ ଆରମ୍ଭ କରି ଯୋଡ଼ାମୁଣ୍ଡର ବିରଳ ଅସ୍ତ୍ରୋପଚାର ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଖୁବ୍‌ ଭଲ ଭାବରେ ସ୍ଥାନିତ କରିପାରିଛନ୍ତି। ବୟସ୍କା ମହିଳା ଗର୍ଭଧାରଣ କଲେ କିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ସେ ବିଷୟରେ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ‘ଖାଦ୍ୟ ଆମର ଔଷଧ ହେଉ, ଔଷଧ ଆମର ଖାଦ୍ୟ ନହେଉ’ ଗ୍ରୀକ୍‌ ଚିକିତ୍ସକ ହିପ୍ରୋକ୍ରାଟିସ୍‌ଙ୍କ ଏହି ଉକ୍ତିକୁ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା ତାଙ୍କର ‘ବୃହଦନ୍ତ୍ରରେ କ୍ୟାନ୍‌ସର୍‌’ରେ ପ୍ରତିପାଦିତ କରିପାରିଛନ୍ତି। ଆୟୁର୍ବେଦ ଡାକ୍ତର ବାସୁଦେବ ପ୍ରଧାନ ଅଗ୍ନିମାନ୍ଦ୍ୟ’ ଉପରେ ଆଲୋଚନା କରିବା ବେଳେ ‘ଇରିଟେବ୍‌ଲ ବାେଓ୍ଵଲ୍‌ ସିଣ୍ଡ୍ରୋମ’ ଏକ ଅଶ୍ୱସ୍ତିକର ଗ୍ରହଣୀ ରୋଗ ଉପରେ ଆଲୋକପାତ କରିଛନ୍ତି ବରିଷ୍ଠ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ‘ସ୍ୱାସ୍ଥ୍ୟ ଚେତନା’ର ସମ୍ପାଦକ ଡାକ୍ତର ଜି.ସି. ଶତପଥୀ ‘ଶିଶୁର ଶିକ୍ଷଣୀୟ ବିଚ୍ୟୁତି’ ଉପରେ ଖୁବ୍‌ ମାର୍ମିକ ଆଲୋଚନ କରିଛନ୍ତି। ଏହିପରି କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସ୍ୱାସ୍ଥ୍ୟ ଚେତନାର ‘ଉଦର ରୋଗ ବିଶେଷାଙ୍କ’ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe