ଉଦାହରଣ ସୃଷ୍ଟିକଲେ ବାବୁ ସିଂ: ଫଳକରେ ରଖିଲେନି ନିଜ ନାମ

ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ

ଉଦାହରଣ ସୃଷ୍ଟିକଲେ ବାବୁ ସିଂ: ଫଳକରେ ରଖିଲେନି ନିଜ ନାମ

ପୁରୁଣା ଭୁବନେଶ୍ୱର: ଏକାମ୍ର ବିଧାୟକ ବାବୁ ସିଂ ଆଜି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ଗୋଟିଏ ଦିନରେ ୫ଟି ସ୍ଥାନରେ ପ୍ରାୟ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିଥିବା ବେଳେ କେଉଁଥିରେ ତାଙ୍କ ନାମ ରଖିନାହାନ୍ତି। ଫଳକଗୁଡ଼ିକରେ କେବଳ ‘ମାନ୍ୟବର ଏକାମ୍ର ବିଧାୟକ’ ଲେଖାଯାଇଛି। ଆଗାମୀ ଦିନରେ ମଧ୍ୟ ଫଳକରେ ନିଜ ନାମ ନଲେଖିବାକୁ ସେ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ତେବେ ଫଳକଗୁଡ଼ିକରେ ମେୟର, ଡେପୁଟି ମେୟର ଓ କର୍ପୋରେଟର୍‌ଙ୍କ ନାମ ଲେଖାଯାଇଛି। ବିଧାୟକଙ୍କର ଏହି କାର୍ଯ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ ୬୭ ସୁନ୍ଦରପଦା କପିଳପ୍ରସାଦ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିଛନ୍ତି ବିଧାୟକ ଶ୍ରୀ ସିଂ। ସୁନ୍ଦରପଦା ହରିଆ ଛକ ଠାରୁ  ଦୁର୍ଗାମଣ୍ଡପ ଓ ପାଲାମଣ୍ଡପଠାରୁ ଷଣ୍ଢ କ୍ଲବ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର କରାଯାଇଛି। ସୁନ୍ଦରପଦା ପାଲାମଣ୍ଡପ ଠାରୁ ଆର୍ପିଡ ଆପାର୍ଟମେଣ୍ଟ ଭାୟା ଭୋଈ ସାହି ବିମଳା ମନ୍ଦିର ପର୍ଯ୍ୟନ୍ତ, ଗୋଲଖ ଚନ୍ଦ୍ର ପ୍ରଧାନ ଘର ଠାରୁ ସୂର୍ଯ୍ୟ ଟ୍ରେଡିଙ୍ଗ ପର୍ଯ୍ୟନ୍ତ କଂକ୍ରିଟ୍ ନାଳ ନିର୍ମାଣ। ଏହା ସହ ଗୋଖିବାବା କମ୍ୟୁନିଟି ହଲ, ଭଟ୍ଟ ସାହି କମ୍ୟୁନିଟି ହଲର ଉଦ୍‌ଘାଟନ କରାଯାଇଛି। ଏହା ସହ ଗୋଖିବାବା ମନ୍ଦିରରୁ ତ୍ରିନାଥ ମନ୍ଦିର ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତାର ଭିତ୍ତିପ୍ରସ୍ତର କରାଯାଇଛି। ଏସବୁ ପ୍ରକଳ୍ପର ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଊର୍ଦ୍ଧ୍ବ ହେବ। କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ, ୱାର୍ଡ ନମ୍ବର ୬୭ର କର୍ପୋରେଟର ମଧୁସ୍ମିତା ପ୍ରଧାନ, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଧୀରେନ୍ ପାତ୍ର, ସୁନ୍ଦରପଦା କପିଳପ୍ରସାଦ ଗ୍ରାମର ମହେନ୍ଦ୍ର କୁମାର ନନ୍ଦ, ରାଜକିଶୋର ରାଉତରାୟ, ବିଜୟ ସ୍ବାଇଁ, ବିଜୟ ସାହୁ, ମୁରଲୀ ମନୋହର ପାତ୍ର, ଜୟକୃଷ୍ଣ ମାର୍ଥା, ରବୀନ୍ଦ୍ର କୁମାର ନାୟକ, ତପନ ରାଉତରାୟ, ସୁରେନ୍ଦ୍ର ଜେନା, ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe